ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘୋରଡିଆ ହାଟ ବଜାରର ଶାନ୍ତିଶୃଙ୍ଖଳା ରକ୍ଷା, ସୌନ୍ଦର୍ଯ୍ୟକରଣ, ସୁରକ୍ଷ।, ଜଳ, ପରିମଳ ଓ ବିକାଶ ନେଇ ଆଚଂଳିକ ଶାନ୍ତି ଓ ଉନ୍ନୟନ ପରିଷଦ ଓ ରାଧାମୋହନ ଦେବ ବ୍ୟବସାୟୀ ସଂଘ ଘୋରଡିଆର ସମନ୍ୱୟ ବୈଠକ ରବିବାର ରାତ୍ର ୮ଟାରେ ଘୋରଡିଆ ବଜାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଂଚଳିକ ବିକାଶ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ରମେଶଚନ୍ଦ୍ର ପାଟଶାଣୀ ବୈଠକର ଆଭିମୁଖ୍ୟ ସର୍ମ୍ପକରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ସଂପାଦକ ଶଶିଶେଖର ରାୟ, ଉପଦେଷ୍ଟା ସମିତିର ସଭାପତି କମ୍ମୁର ମହମ୍ମଦ, ବ୍ୟବସାୟୀ ସଂଘର ସଭାପତି ପ୍ରହଲ୍ଲାଦ ବଳିୟାରସିଂହ, ଉପସଭାପତି ଶ୍ୟାମସୁନ୍ଦର ସାହୁ, ସଂପାଦକ ସଂଜୟ ପରିଡା, ସହସଂପାଦକ ବେଣୁଧର ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ବଜାରର ବିଭିନ୍ନ ସମସ୍ୟା ଓ ଏହାର ପ୍ରତିକାର ଉପରେ ଆଲୋଚନା କରାଯାଇଥିଲା । ଘୋରଡିଆ ହାଟ ବଜାରରେ ବ୍ୟବସାୟୀଙ୍କ ମଧ୍ୟରେ ଏକତା, ସମୟାନୁବର୍ତ୍ତିତା, ସହଯୋଗ ଓ ସହାନୁଭୁତି ରହିଲେ ସମସ୍ତ ପ୍ରକାର ସମସ୍ୟା ଦୁରିଭୁତ ହୋଇଯିବ ବୋଲି କାର୍ଯ୍ୟକାରୀ ସଂପାଦକ ଶଶି ଶଶେଖର ରାୟ ବକ୍ତବ୍ୟ ରଖିବା ସହ ବଜାରର ଶାନ୍ତିଶୃଙ୍କଳା ରକ୍ଷା, ସୌନ୍ଦର୍ଯ୍ୟକରଣ, ପରିମଳ ନିଶାନିବାରଣ, ପାନୀୟଜଳର ସୁବିଧା, ସୁରକ୍ଷେ ଓ ବିକାଶ ଦିଗରେ ଶାନ୍ତି କମିଟି ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ମତ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଯୁଧିଷ୍ଟିର ମାର୍ଥା, ବାବ ନବୈରିଗଜଂନ, ଦୟାନିଧି ମାର୍ଥା, ଧଡୁ ଜେନା, ରଙ୍ଗା ଖାଁ, ବନୁ ଖାଁଁ, ପ୍ରଶାନ୍ତ ଦେବତା, ଭାସ୍କର ସାହୁ, ଭଗବାନ ମଣ୍ଡଳ, ସୁଶାନ୍ତ ସାହୁ, ଦେବ ବିଶ୍ୱାଳ ପ୍ରମୁଖ ସମେତ ଶତାଧିକ ବ୍ୟବସାୟୀ ଉପସ୍ଥିତ ରହିଥିଲେ । ଶେଷରେ ବ୍ୟବସାୟୀ ସଂଘର ସଭାପତି ପ୍ରହଲ୍ଲାଦ ବଳିୟାରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।