ଉତ୍କଳ ନବଜୀବନ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ଉତ୍କଳ ନବଜୀବନ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳର ସାଧାରଣ ସଂପାଦକ ବୈଦ୍ୟନାଥ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ସମାଜସେବୀ ସଂଜୀବ ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଚଳିତ ବର୍ଷ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ସୁରୁଖୁରୁରେ ସମାପନ ହୋଇଥିବାରୁ ଅନୁଷ୍ଠାନକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗର ହାତ ବଢାଇ ଥିବା ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଏହାସହ ଅନୁଷ୍ଠାନର ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିଲା । ଆସନ୍ତା ଡିସେମ୍ବର ମାସ ମଧ୍ୟରେ ଗୃହ କାର୍ଯ୍ୟ ସଂପର୍ଣ୍ଣ କରାଯିବ ବୋଲି ସ୍ଥିର କରାଗଲା । ଏଥିପାଇଁ ଅନୁଷ୍ଠାନ ପ୍ରତି ଅନୁରକ୍ତି ଥିବା ବ୍ୟକ୍ତିମାନେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ହରିହର ରାଉତରାୟ, ଚିତ୍ତରଂଜନ ଜେନା, କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ମଂଚାସୀନ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପିତାମ୍ବର ଲେଙ୍କା, ଗୋକୁଳାନନ ଦାଶ, ସୁନନ୍ଦା ବରାଳ, ପ୍ରଫେସର ଆର.ଏନ.ଦାଶ, ଜୟନ୍ତୀ ଦାସ, ଭଗବାନ ପଣ୍ଡା, ହେମନ୍ତ ବେଉରିଆ, ଦେବେନ୍ଦ୍ର ଆଚାର୍ଯ୍ୟ, ଟି.ଏ.କେ. ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.