ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ରର ନବମ କ୍ଲଷ୍ଟର ସ୍ତରୀୟ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସିଲେଟକାନୀରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆର୍ପି ଭାବେ ବଡ଼ବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗଦୀଶ ପ୍ରଧାନ ଯୋଗ ଦେଇଥିଲେ । ଏଥିରେ ସମସ୍ତ ମାସିକ କ୍ଲଷ୍ଟରର ସଂକ୍ଷେପଣ, ଶିକ୍ଷଣ ସୋପାନ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷାର ଫଳାଫଳ, ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପ୍ରମୁଖ ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦେବାନନ୍ଦ ନିଷାଦ, ନିବେଦିତା ଦାସ, ଦିଲୀପ ପଧାନ, ପ୍ରଶାନ୍ତ ଗଡତ୍ୟା, ହୋଲିଶ୍ୱର ଧରୁଆ, କୈଳାସ ଚନ୍ଦ୍ର ଭୋଇ, ସୁଶାନ୍ତ ସାହୁ, ସସ୍ମିତା ସେଠ, ମଧୁସୂଦନ ଭୋଇ, ଆଲୋକିନି ପ୍ରଧାନ, ସୁଜିତ ମିଶ୍ର, କୁବେର ମଲ୍ଲିକ, ଲୁଚନ ଛତ୍ରିଆ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସହକାରୀ ଶିକ୍ଷକ ବିନାୟକ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post