ଟିଟିଲାଗଡ ଆଇ ଲଭ୍‌ ଟିଟିଲାଗଡ ପାର୍କ ପରିସରରେ ନୂତନ ଭାବେ ନିର୍ମିତ ଗଣେଶ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ୟାଙ୍କ ଛକ ଠାରେ ଥିବା ଗଣେଶ ମନ୍ଦିର ପାଇଁ ରାସ୍ତା ସଙ୍କୁଚିତ ହେବା ସହ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ତେବେ ଟ୍ରାଫିକ ସମସ୍ୟାର ସମାଧାନ ତଥା ରାସ୍ତା ସମ୍ପ୍ରସାରଣ ପାଇଁ ବ୍ୟାଙ୍କ ଛକରେ ଥିବା ଗଣେଶ ମନ୍ଦିରକୁ ହଟାଇବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଏହାପରେ ଟିଟିଲାଗଡ ବିଧାୟକ ନବୀନ ଜୈନ ମନ୍ଦିର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରିବା ସହ ଆଇ ଲଭ୍‌ ଟିଟିଲାଗଡ ପାର୍କ ପରିସରରେ ଏକ ନୂତନ ଗଣେଶ ମନ୍ଦିର ନିର୍ମାଣ କରିବା ପରେ ସ୍ଥାନୀୟ ଲୋକଙ୍କ ସହ ମିଶି ଏହାର ପ୍ରତିଷ୍ଠା କରାଇବା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ସହରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ଗଣେଶ ମନ୍ଦିର ପ୍ରତିଷ୍ଠା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡର ପୂର୍ବତନ ନଗରପାଳ ଭବାନୀ ପ୍ରସାଦ ହୋତା, ଶୁଭ୍ରାଂଶୁ ଦାସ, ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢ଼ୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଏହି ଅବସରରେ ନୂତନ ଗଣେଶ ମନ୍ଦିର ପ୍ରତିଷ୍ଠା ପାଇଁ କ’ଣ କ’ଣ କାର୍ଯ୍ୟକ୍ରମ କରାଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ସେ ବିଷୟରେ ବିଧାୟକ ନବୀନ ଜୈନ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜେପି ନେତା ଶୁଭ୍ରାଂଶୁ ଦାସ ଟିଟିଲାଗଡର ବିକାଶ ପାଇଁ ଯାହାକି ସହଯୋଗ ଦରକାର ଆମେ କରିବୁ ବୋଲି କହିବା ସହିତ ନବୀନ ଭାଇ ଆପ ଆଗେ ବଢ଼ୋ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସେହିପରି ଆଇନଜୀବୀ ରାଧାକାନ୍ତ ପାଢ଼ୀ ସହରର ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା ଜରୁରୀ ହୋଇଗଲାଣି ଯାହାକି ବ୍ୟାଙ୍କ ଛକରେ ଥିବା ଗଣେଶ ମନ୍ଦିର ସ୍ଥାନାନ୍ତର ପରେ କିଛି ମାତ୍ରାରେ ଟ୍ରାଫିକ ସମସ୍ୟାରୁ ମୁକ୍ତି ମିଳିବ ବୋଲି କହିଥିଲେ । ଏହି ପ୍ରସ୍ତୁତି ବୈଠକରେ ସହରର ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ ସମାଜ ଓ କ୍ଲବର ସଦସ୍ୟମାନେ ଆସି ଉପସ୍ଥିତ ହୋଇଥିଲେ । ପ୍ରଥମେ ମନ୍ଦିରର ପ୍ରତିଷ୍ଠା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ପରେ ଏହିପରି ଆଗକୁ ଆହୁରି ଟିଟିଲାଗଡର ବିକାଶ ହେବ ବୋଲି ଘୋଷଣା କରାଯାଇଛି । ସଭା ପରିଚାଳନା କରିଥିଲେ ଟିକେ ଲାଲ ବେହେରା ।

Leave A Reply

Your email address will not be published.