ନୂଆପଡ଼ାରେ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବୈଠକରୁ ଜଣାଗଲା ଯେ, ରବିଋତୁ ଫସଲ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୨୨୩୦ ହେକ୍ଟର ଧାନ ଚାଷ ଲକ୍ଷ୍ୟ ଥିଲାବେଳେ ୧୬୬୫୩ ହେକ୍ଟର ହାସଲ ହୋଇଛି । ଡିଜିଟାଲ କ୍ରପ ସର୍ଭେରେ ୭୨ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି । ବିଭିନ୍ନ ପ୍ରୋତ୍ସାହନ ବିତରଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଅବସରରେ ପାଞ୍ଚଜଣ ପ୍ରଗତିଶୀଳ ଓ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ମୋହନପଦର ଗ୍ରାମର ଟିକେସୁନ୍ଦର ମାଝୀ, କଇନ୍ତପଦରର ଉଗ୍ରସେନ ହେରଣା, ଡୁମେରଝରର ନିରଞ୍ଜନ ନିଆଲ, ବିଶ୍ଵନାଥପୁରର ମାୟାଧର ପ୍ରଧାନ ଓ କୋଦୋମେରିର ମଣୁଲାଲ ରାଉତ । ବୈଠକରେ ଜିଲ୍ଲା କୃଷି ଅଧିକାରୀ ସୋମନାଥ ମହାପାତ୍ର, ନୂଆପଡ଼ା ବ୍ଲକ କୃଷି ଅଧିକାରୀ ସତ୍ୟ ଭୂଷଣ ନାଗ, ନୂଆପଡ଼ା ସହକାରୀ କୃଷି ଅଧିକାରୀ ବର୍ଷା ଆଜାଦ ଓ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.