ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥିତ ପଦ୍ମାବତୀ ହୋଟେଲର ସମ୍ମିଳନୀ କକ୍ଷ ଠାରେ ଶକ୍ତି ମହାନ୍ତିଙ୍କ ସଂଯୋଜନାରେ ଟ୍ରଷ୍ଟର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ବ୍ଲକର ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ସ୍ୱାଗତ କରିଥିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ବୀରେନ୍ଦ୍ର ବିଶ୍ୱାଳ ଟ୍ରଷ୍ଟର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ବିଷୟରେ ବିଷଦ ଆଲୋଚନା କରିଥିଲେ । ଟ୍ରଷ୍ଟର ଉପଦେଷ୍ଟା ଗିରିଧାରୀ ପୁରୋହିତ ଗାଁର ଉନ୍ନତି ହେଲେ ଦେଶର ଉନ୍ନତି ହେବ, ସଂଗଠନରେ ଶକ୍ତି ଅଛି, ଗାଁର କିଛି ସଦଭାବନା ଥିବା ଯୁବକ ଏକତ୍ରିତ ଚେଷ୍ଟା କଲେ ଗାଁର ବିକାଶ ହୋଇ ପାରିବ ବୋଲି ସେ ମତାମତ ଦେଇଥିଲେ । ଉକ୍ତ ବୈଠକରେ ଉପଦେଷ୍ଟା ହିତବନ୍ଧୁ ପୂଜାରୀ, ବିଜେପୁର ବ୍ଲକ ସଭାପତି ଅଚ୍ୟୁତ ଦାଶ, ବରଗଡ ବ୍ଲକ ସଭାପତି ମାନସ ପଧାନ, ବରଗଡ ନଗର ସଭାପତି ଶୁଭେନ୍ଦୁ ଦାଶ, ବ୍ଲକ ଉପଦେଷ୍ଟା କେତନ ମେହେର ତଥା ପଦ୍ମପୁର ନଗର ଏବଂ ବିଭିନ୍ନ ପଂଚାୟତର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ପଦ୍ମପୁର ନଗର ସଭାପତି ଅଜିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।
Next Post