oom

୧୯୮୨ ମସିହା ମେଟ୍ରିିକ ବ୍ୟାଚ୍‌ର ବନ୍ଧୁ ମିଳନ ପାଇଁ ପ୍ରସ୍ଥୁତି ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଘରୋଇ ବସ ସଂଘ କାର୍ୟ୍ୟାଳୟ ପରିସରରେ ୧୯୮୨ ମସିହା ମେଟ୍ରିିକ ବ୍ୟାଚ୍‌ର ପୂର୍ବତନ ଛାତ୍ରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଛାତ୍ର ହେମନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆଗାମୀ ଦିନରେ ହେବାକୁଥିବା ବନ୍ଧୁ ମିଳନ ସମାରୋହ ପାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ବନ୍ଧୁ ମାନଙ୍କ ଠାରୁ ମତାମତ ଲୋଡିଥିଲେ । ପାର୍ବଣ ଋତୁ ଥିବାରୁ ସରକାରୀ ଛୁଟି ଏବଂ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଆସନ୍ତା ୧୭ ଅକ୍ଟୋବର ରବିବାର ଦିନ ହୋଟେଲ ସ୍ୱଂୟମ୍‌ ପରିସରରେ ବନ୍ଧୁ ମିଲନ ସମାରୋହ ପାଇଁ ସ୍ତୀରିକୃତ ହୋଇଅଛି । ଏହି ପ୍ରସ୍ଥୁତି ବୈଠକରେ ଆୟୋଜକ ଭାବେ ପ୍ରତାପ ଚନ୍ଦ୍ର ରଥ, ପ୍ରଦୀପ ମହାନ୍ତି ଏବଂ କ୍ଷୀରୋଦ ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମନରଂଜନ କାର୍ୟ୍ୟକ୍ରମ ପାଇଁ ରଞ୍ଜିତ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ବୈଠକରେ ଶଙ୍କରଲାଲ ବରାଇ, ଉମାଶଙ୍କର ଅଗ୍ରୱାଲ, ସତ୍ୟ ନାରାୟଣ ଅଗ୍ରୱାଲ, ଡମ୍ବୁରୁ ଆଚାର୍ଯ୍ୟ, ଅରୁଣ ମିଶ୍ର, ଶଶି ଶେଖର ପଣ୍ଡା, ପ୍ରଦୀପ ମିଶ୍ର, ପ୍ରଦୀପ ମହାପାତ୍ର, ଆରୁଣି ସାହୁ, ଚିତ୍ତ ରଂଜନ ଦାଶ, ପିଣ୍ଟୁ ନନ୍ଦ, ସୁଧିର ତ୍ରିପାଠୀ, ଧ୍ରୁବ ଚରଣ ସାହୁ, ପ୍ରଦ୍ୟୁତ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବନ୍ଧୁ ହେମନ୍ତ ପଣ୍ଡା ସମସ୍ତ ପୂର୍ବତନ ଛାତ୍ରଙ୍କୁ ଜଳଯୋଗ ମାଧ୍ୟମରେ ଆପ୍ୟାୟିତ କରିଥିଲେ । ଶେଷରେ ଶଶି ଶେଖର ପଣ୍ଡା ସମସ୍ତ ବନ୍ଧୁ ମାନଙ୍କୁ ଧନ୍ୟବାଦ ଦେଇ ଆମାମୀ ଦିନରେ ହେବାକୁ ଥିବା ବନ୍ଧୁ ମିଲନ ସମାରୋହରେ ଯୋଗ ଦେବାକୁ ଅନୁରୋଧ କରିଥିଲେ ।

jittmm
Leave A Reply

Your email address will not be published.