ବଲାଙ୍ଗିର ସଦରବ୍ଲକ, (ରାଜେଶ ଦଣ୍ଡସେନା) : ତୃତୀୟ ସୁକତେଲ ମହୋତ୍ସବ ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି । ନେସନାଲ ସର୍ଭିସ ଫାଉଣ୍ଡେସନ ତଥା ମହୋତ୍ସବ କମିଟିର ଚେୟାରମେନ ବିଧୁଭୂଷଣ ସିଂହଦେଓ ଏଥିରେ ସଭାପତିତ୍ୱ କରିଥିଲେ । ସୁକତେଲ ଅବବାହିକାର ଲୋକ କଳା, ଲୋକ ନୃତ୍ୟ ଓ ଲୋକ ସଙ୍ଗୀତର ପୁନଃରୁଥାନ କରିବା ଏହି ଉତ୍ସବର ମୂଳ ଲକ୍ଷ୍ୟ ଅଟେ । ଏହି ବର୍ଷ ମହୋତ୍ସବ ଫେବ୍ରୁଆରୀ ୨୮ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ତିନି ଦିନ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ଏହି ସଭାରେ ଉପଦେଷ୍ଟା ମଳୟ ଆନନ୍ଦ କୁମାର ତ୍ରିପାଠୀ, ଆବାହକ ପ୍ରଦ୍ୟୁମ୍ନ ପ୍ରଧାନଙ୍କ ସମେତ ବାନ୍ଧନଘୋର ଓ ଆଖପାଖ ଗ୍ରାମର ସକ୍ରିୟ ସଭ୍ୟ ସତ୍ୟନାରାୟଣ ଗହୀର, ସୁରେଶ ମେହେର, ଦେବଦତ୍ତ ସେଠ, ଦୁର୍ଯ୍ୟୋଧନ ଗହୀର, ଦେବାଶିଷ ପାଣ୍ଡିଆ, ଅଙ୍କିତ ସିଂଦେଓ, ଗଗନ ନାଥ, ରତିକାନ୍ତ ପୁରୋହିତ, ଜଗନ୍ନାଥ ବିବାଳ, ପ୍ରଶନ୍ନ ଗହୀର, ସାଧୁ ମେହେର, ଶ୍ରୀମୟ ତ୍ରିପାଠୀ, କୃଷ୍ଣ ସେଠ, ରମେଶ ପଧାନ, ଜଗଦାନନ୍ଦ ଗୁରହାଣ୍ଡି, ହାଡ଼ିବନ୍ଧୁ ତ୍ରିପାଠି ଓ ହରେକୃଷ୍ଣ ବୁଡେକ ପ୍ରମୁଖ ଯୋଗ ଦେଇଥିଲେ ।