ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ଅଭ୍ୟର୍ଥନା ପ୍ରକୋଷ୍ଠରେ ଆମ ପୋଲିସ ସମିତିର ପ୍ରଥମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇଆଇସି ସିପୋରା ସାଏରା ଲୁଗୁନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଟ୍ରାଫିକ ସମସ୍ୟା, ଅନିୟନ୍ତ୍ରିତ ଗାଡ଼ିଚାଳନା, ନିଶା ନିବାରଣ ତଥା ସନ୍ଧ୍ୟାକାଳୀନ ପେଟ୍ରୋଲିଂ ଉପରେ ଗୁରୁତ୍ୱାରୋପ କରାଯାଇ ଆଲୋଚନା କରାଯିବା ସହିତ ଉପସ୍ଥିତ ସଦସ୍ୟଙ୍କ ମତାମତ ଆହ୍ୱାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଜନ ପ୍ରତିନିଧି, ସ୍ୱେଚ୍ଛାସେବୀ, ବରିଷ୍ଠ ନାଗରିକ ତଥା ଟ୍ୟାକ୍ସି ଚାଳକ ସଂଘର ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଟ୍ରେନି ସବ୍‌ଇନ୍ସପେକ୍ଟର ସୁରଜ ପାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.