- ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦ ସମ୍ପ୍ରସାରଣରେ କଣ୍ଟାବାଞ୍ଜି ବିଧାୟକଙ୍କୁ ସାମିଲ କରିବା ମୁଖ୍ୟ ଦାବି
- ଯାଦବମାନଙ୍କ ଉନ୍ନତି ପାଇଁ ପଞ୍ଚାୟତ ସ୍ତରରୁ ସଂଗଠନ ଆବଶ୍ୟକ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଉତ୍କଳ ଯାଦବ ମହାସଭାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଯାଦବମାନଙ୍କ ଗୌଡ଼ବାଡ଼ି ଖେଳ ପ୍ରଦର୍ଶନ ହୋଇଥିଲା । ଏହା ସ୍ଥାନୀୟ ଏକ ହୋଟେଲ ବନମାଳୀ ପେଲେସରେ ଚଣ୍ଡୀ ସମଲେଇ ଓ ଶ୍ରୀକୃଷ୍ଣଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଜ୍ୟ ମହାସଚିବ ଲକ୍ଷ୍ମଣ ବାଗଙ୍କ ସଭାପତିତ୍ୱରେ ରାଜ୍ୟ ସଭାପତି ସୁଭାଷ ଚନ୍ଦ୍ର ବେହେରା, ଉପସଭାପତି ଲମ୍ବୋଦର ନିଆଲ, ରାଷ୍ଟ୍ରୀୟ ଯୁବ ଯାଦବ ସଭାପତି ଇଞ୍ଜିନିୟର ପ୍ରଦୀପ କୁମାର ବେହେରାଙ୍କ ସହ ୩୨ଟି ଯାଦବ ସଂଗଠନ ଜିଲ୍ଲାର ସଭାପତି ସହ ବିଭିନ୍ନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିତ୍ଵ କରିଥିବା କର୍ମକର୍ତ୍ତା ଯାଦବମାନଙ୍କୁ ସରକାର ବିଭିନ୍ନ କ୍ଷେତ୍ରରେ ଉପେକ୍ଷିତ କରୁଥିବା କହିଥିଲେ । ଯାଦବ ଜନଗଣନା ସହ ରାଜ୍ୟ ସରକାର ଜନଗଣନାରେ ଯାଦବ ବହୁଳ ଅଞ୍ଚଳକୁ ପ୍ରାଧାନ୍ୟ ଉପରେ ଆଲୋକପାତ କରିଥିଲେ । ଆମକୁ ଲଢ଼ିବାକୁ ହେବ ଦାବି କରିବାକୁ ହେବ, ଓଡ଼ିଶା ସରକାର ଆଗାମୀ ଦିନରେ ମନ୍ତ୍ରୀପଦ ସଂପ୍ରସାରଣରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ସାମିଲ କରିବା ପାଇଁ ଦାବି ହୋଇଛି । ଯଦି ସରକାର ସାମିଲ ନ କରନ୍ତି ତେବେ ପ୍ରତି ଜିଲ୍ଲାରୁ ଦସ୍ତଖତ ଅଭିଯାନ କରି ଏକ ଦାବିପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କୁ ଦେବା ପାଇଁ ଦାବି କରିଥିଲେ । ଯଦି ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ନ ମିଳେ ତେବେ ଭୁବନେଶ୍ୱର ଚାଲ ଅଭିଯାନ କରାଯିବ ବୋଲି ସମସ୍ତ ଜିଲ୍ଲାରୁ ସ୍ୱର ଗୁଞ୍ଜରିତ ହୋଇଥିଲା । ଏପରିକି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ଯାଦବ ପ୍ରତିନିଧିମାନଙ୍କୁ ପ୍ରତିନିଧିତ୍ଵ କରିବାର ସୁଯୋଗ ଦେବା ପାଇଁ ମତ ପ୍ରକାଶ ପାଇଥିଲା । ସଭାକୁ ବେଦବ୍ୟାସ ନାଗ ଓ ରାଜୁ ଘିବେଲା ମଞ୍ଚ ସଞ୍ଚାଳନ କରିଥିଲେ । ଏହି ସଭାରେ ଉପସ୍ଥିତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ଉପଢୌଉକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ଯାଦବ ଭାଇ ଭଉଣୀମାନେ ଉପସ୍ଥିତ ଥିଲେ ।