ମିଡିଆ କ୍ଲବର ସମୀକ୍ଷା ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ମିଡିଆ କ୍ଲବ, ରାଉରକେଲା ତରଫରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠାନର ମୁଖ୍ୟ ଡ. ପୀତବାସ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମାଞ୍ଚଳର କାର୍ଯ୍ୟକାରୀ ସମ୍ପାଦକ ବୈଦ୍ୟନାଥ ମିଶ୍ର, ସମ୍ପାଦିକା ସୁରମା ମିଶ୍ର, ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ ଓ କ୍ଲବର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସମୟରେ ସାମ୍ବାଦିକ ଓ ସମାଜ ପତ୍ରର ଭୂମିକା ସହ କ୍ଲବର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଆଲୋଚକ ଶ୍ରୀ ମିଶ୍ର ସମ୍ବାଦପତ୍ର ଗୁଡିକ ତଥା ସାମ୍ବାଦିକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ସାମ୍ବାଦିକ ଶ୍ରୀ ରାଉତ ସାମ୍ବାଦିକ ମାନଙ୍କ ମଧ୍ୟରେ ଐକ୍ୟବଦ୍ଧତା ବଜାୟ ରଖିବାକୁ ଗୁରୁତ୍ୱାରୋପ କରିଥିବା ବେଳେ କ୍ଲବର ସମ୍ପାଦକ ଶ୍ରୀ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଆଗାମୀ ଦିନ ପାଇଁ କ୍ଲବ ତରଫରୁ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ସମୀକ୍ଷକ ଶ୍ରୀମତୀ ମିଶ୍ର ସମ୍ବାଦପତ୍ର ଗୁଡ଼ିକ ସମ୍ମୁଖିନ ହେଉଥିବା ସମସ୍ୟା ଓ ଏହାର ନିରାକରଣ ନେଇ ସୁଚିନ୍ତିତ ମତାମତ ରଖିଥିଲେ । ଆବାହକ ଡ. ମିଶ୍ର ନୂତନ ବର୍ଷର ଶୁଭକାମନା ସହ ବିଭିନ୍ନ ସମସ୍ୟା ଓ ସାମ୍ବାଦିକଙ୍କ ମଧ୍ୟରେ ଭାଇଚାରା ତଥା ବିଭିନ୍ନ ସମସ୍ୟାର ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ଉମେଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବାର୍ଷିକୋତ୍ସବର ଆୟବ୍ୟୟ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ପ୍ରଧାନ, ରବି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.