ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ସୂର୍ଯ୍ୟକୃପା ନିବାସ ପରିସରରେ ମାଗଣା ସ୍ୱାସ୍ଥ୍ୟ ଶିବିର କରାଯିବା ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. କୃପାସିନ୍ଧୁ ଭୋଇଙ୍କ ସାନ ଭାଇ ଜଗବନ୍ଧୁ ଭୋଇଙ୍କ ସଭାପତିତ୍ୱରେ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୨ ତାରିଖ ସୋମବାର ଦିନ ଏହି ସ୍ୱାସ୍ଥ୍ୟ ଶିବିର ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଡାକ୍ତର ଭୋଇ ଜଣାଇଛନ୍ତି । ଏଥିରେ ମେଡ଼ିସିନ ବିଶେଷଜ୍ଞ ଦିଲ୍ଲୀ ଏମ୍ସର ମୁଖ୍ୟ ଡାକ୍ତର ସଂଜୀବ ଭୋଇ, ରାଉରକେଲାର ଦାନ୍ତ ବିଶେଷଜ୍ଞ ବନ୍ଦିନୀ ଭୋଇ, ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଶିବାନୀ ବିଶ୍ୱାଳ, ପେଥୋଲୋଜି ବିଶେଷଜ୍ଞ ଡାକ୍ତର ଦାମିନୀ ଭୋଇ ଓ ନୂଆଦିଲ୍ଲୀର ଡାକ୍ତର ଇସାନି ଭୋଇ ଯୋଗଦେବେ ବୋଲି ପୂର୍ବତନ ବରଗଡ ସାଂସଦ ସଞ୍ଜୟ ଭୋଇ କହିବା ସହ ମାତା ସୂର୍ଯ୍ୟକୁମାରୀଙ୍କ ସ୍ମୁତି ପାଇଁ ଏହି ସ୍ୱାସ୍ଥ୍ୟ ଶିବିର କରାଯାଉଛି ବୋଲି ସେ କହିଛନ୍ତି । ଏହି ବୈଠକରେ ବିନୋଦ କାଳିଆ, ସନ୍ତୋଷ ପାଣିଗ୍ରାହୀ, ସୁରେଶ କାଳିଆ, ବୃନ୍ଦାବନ ଭୋଇ, ବିଜୟ ସ୍ୱାଇଁ, ଭବାନୀ ସ୍ୱାଇଁ, ଯାମିନୀ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ ।
Next Post