ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ରେଳ ଉପଭୋକ୍ତ ସଂଘର କାର୍ଯ୍ୟାଳୟ ଠାରେ ସଂଘର କାର୍ଯ୍ୟକାରିଣୀ ବୈଠକ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉପ-ସଭାପତି ଅନନ୍ତ ବିଶୋଇ ସ୍ୱାଗତ ଜଣାଇଲା ପରେ ସଂପାଦକ ବିମଳ ଚକ୍ରବର୍ତ୍ତି ଗତ ସାଧାରଣ ବୈଠକର ବିବରଣୀ ପାଠ କରିଥିଲେ ଓ କୋଷାଧ୍ୟକ୍ଷ ଅଶୋକ କୁମାର ଚାନ୍ଦ ଆୟବ୍ୟୟର ହିସାବ ରଖିଥିଲେ । ବରିଷ୍ଠ ସଭ୍ୟ ଗୋପବନ୍ଧୁ ପୁରୋହିତ, ପ୍ରଭାକର ମିଶ୍ର, ମୋତିଲାଲ ସାହୁ, ଋତୁରାଜ ସିଂହ, ମନୋରଂଜନ ପୁରୋହିତ, ଶିବ ନାରାୟଣ ରଥ ପ୍ରମୁଖ ଆଲୋଚନାରେ ଭାଗ ନେଇ ବଲାଙ୍ଗିର ଷ୍ଟେସନରେ ପିଆଇଟି ଲାଇନ ପ୍ରତିଷ୍ଠା ଉପରେ ଜୋର ଦେଇଥିଲେ । ଲିଫ୍ଟ କାମର ମନ୍ଥରଗତି ଉପରେ ଉଦ୍‌ବେଗ ପ୍ରକାଶ କରିଥିଲେ । ବଲାଙ୍ଗିରରୁ ଭୁବନେଶ୍ୱରକୁ ଯିବା ଆସିବା କଲାପରି ଏକ ସକାଳୁଆ ଟ୍ରେନ ହୋଇ ନ ପାରିବା, ପ୍ରୟାଗରାଜ କିମ୍ବା ଦିଲ୍ଲୀକୁ ଏକ ସିଧାସଳଖ ଟ୍ରେନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ସୁନିଶ୍ଚିତ ବୋଲି ମତ ପ୍ରକାଶ ପାଇଥିଲା । ଏହି ବାବଦରେ ବାରମ୍ବାର କେନ୍ଦ୍ର ରେଳ ମନ୍ତ୍ରୀ, ସାଂସଦ ଓ ରେଳବାଇ କର୍ତ୍ତୃପକ୍ଷ ଙ୍କୁ ଯୋଗାଯୋଗ କଲେ ମଧ୍ୟ କିଛି ଉତ୍ତର ନ ଆସିବାରୁ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପ୍ରକାଶ କରିଛନ୍ତି । ଏହି ଆନ୍ଦୋଳନ ପାଇଁ ଏକ ଏକ୍ସନ ସବ୍‌ କମିଟି ଗଠିତ ହେବ ତାହାର ଦାୟିତ୍ୱରେ ଶିବ ନାରାୟଣ ରଥ ଏବଂ ଆବାହକ, ସଂପାଦକ ରହିବେ ବୋଲି ନିଷ୍ପତ୍ତି ନିଆଗଲା । ଶେଷରେ ସୁରେନ୍ଦ୍ର ନେଗୀ ଧନ୍ୟବାଦ ଅର୍ପଣ କଲା ପରେ ସଭାପତି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.