ରାଜ୍ୟ ସ୍ତରୀୟ ଆନ୍ଦୋଳନରେ ସାମିଲ ହେବାକୁ ପ୍ରାଥମିକ ଶିକ୍ଷକଙ୍କ ବ୍ଲକ ସ୍ତରୀୟ ବୈଠକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ନୂତନ ପେନସନଭୂକ୍ତ ଶିକ୍ଷକ ମାନଙ୍କ ବ୍ଲକ ସ୍ତରୀୟ ବୈଠକ ସ୍ଥାନୀୟ ଆର୍‌ଏମ୍‌ସି ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂଗଠନ ତରଫରୁ ଡାକରା ଦିଆଯାଇଥିବାରୁ ସମସ୍ତେ ଆନ୍ଦୋଳନରେ ସାମିଲ ହେବାକୁ ସହମତି ପ୍ରକାଶ ପାଇଥିଲା । ଡୁଙ୍ଗୁରିପାଲି ବ୍ଲକ ନୂତନ ପେନସନଭୂକ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ରବୀନ୍ଦ୍ର କୁମ୍ଭାର, ଲେଭେଲ ଭି ଏ ସଙ୍ଘର ସଭାପତି ପ୍ରକାଶ ଚନ୍ଦ୍ର ବାରିକ, ଉପ ସଭାପତି ସୌରଭ କୁମାର ସାହୁ, ସମ୍ପାଦକ ମନୋହର ଦୀପ, ସହ ସମ୍ପାଦକ ଗୋପବନ୍ଧୁ ବାଗ, କୋଷାଧ୍ୟକ୍ଷ ଅଶ୍ୱିନୀ ପଧାନ, ଗଣମାଧ୍ୟମ ସଂଯୋଜକ ରମେଶ ସାହୁ ଉପସ୍ଥିତ ଥିଲେ । ଡିସେମ୍ବର ୫ ତାରିଖରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଆନ୍ଦୋଳନରେ ସାମିଲ ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ଶିକ୍ଷକ ଗୋପାଳ ଦାଶ, ଦେବବ୍ରତ ବୁଡ଼େକ, ନୀଳାଞ୍ଚଳ ପଣ୍ଡା, ରାମଗୋପାଳ ଭୋଇ, କୁଶ ଭୋଇ, ହରିବୋଲ ବରିହା, ସୁରେଶ ସାହୁ, ହିମାଂଶୁ ନାଏକ, ନରେନ୍ଦ୍ର ପୁରୋହିତ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଋଷଭ ନାଏକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.