ବ୍ରାହ୍ମଣୀପାଲିରେ ଗଜବନ୍ଧ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସଂଯୋଜନା କରିଥିଲେ । ନଅଟି ବିଦ୍ୟାଳୟରୁ ୧୬ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥିଭାବେ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗଜବନ୍ଧର ପ୍ରଧାନ ଶିକ୍ଷକ ପଞ୍ଚାନନ କମ୍ପ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଚଳିତ ନଭେମ୍ବର ମାସର ଶିଶୁବାଟିକା, ପ୍ରଥମ, ଦ୍ଵିତୀୟ, ତୃତୀୟ ଶ୍ରେଣୀ ପାଇଁ ଶୈକ୍ଷିକ କ୍ୟାଲେଣ୍ଡର ନମୁନା ପାଠ୍ୟ ଯୋଜନା, ଆଦର୍ଶ ପାଠ ଟୀକା ଓ ଶିକ୍ଷକ ଗତିବିଧି ଯୋଜନା, ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନର ବହୁ ଶ୍ରେଣୀ ଶିକ୍ଷଣ ପରିଚାଳନା, ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଗଣିତ ଶିକ୍ଷାଦାନ କୌଶଳ, ସ୍ଥାନୀୟ ବିଦ୍ୟାଳୟର ଅଭିନଵ କାର୍ଯ୍ୟ, ଶିକ୍ଷଣ ସୋପାନ ପୁସ୍ତିକା, ନିପୁଣ ଓଡିଶା କାର୍ଯ୍ୟକ୍ରମ, ଉଲ୍ଲାସ କାର୍ଯ୍ୟକ୍ରମର ସମୀକ୍ଷା, ଶିକ୍ଷାର୍ଥୀ ସହାୟକ ସାମଗ୍ରୀର ବ୍ୟବହାର, ଆଦର୍ଶ ଏଫଏଲଏନ୍ ଶ୍ରେଣୀ ଗୃହ, ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ପୁରସ୍କାର, ମେଧାବୀ ଶିକ୍ଷାର୍ଥୀଙ୍କ ପାଇଁ ଅତିରିକ୍ତ କାର୍ଯ୍ୟ, ଇଉଏଏସ୍ ଉପସ୍ଥାନ, ଭାଷା ଶିକ୍ଷଣର ଚାରିଖଣ୍ଡିୟ ରୂପରେଖ, ମୂର୍ତ୍ତ ଚିତ୍ରିତ ଉପସ୍ଥାପନା ଓ ଅମୂର୍ତ୍ତ ପର୍ଯ୍ୟାୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଶିକ୍ଷକ ନନ୍ଦକିଶୋର ବିଶି, ତୁଳସୀ ରାମ ଭୋଇ, ମୋହନ ଚରଣ ନାଏକ, ହାରାଧନ ବେରିଆ, ଅଭିରାମ ପରାଭୂଏ, କୁଶ ପୁଟେଲ, ଶିକ୍ଷୟିତ୍ରୀ ମାନିନୀ ବାଘ, କଳ୍ପନା ସେଠୀ, ରଶ୍ମିତା କୁଅଁର, ଲଳିତା ଭୁଏ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ରଶ୍ମିତା କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.