ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗଙ୍କ ସଭାପତିତ୍ୱରେ ତେନ୍ତୁଳୀଖୁଣ୍ଟି ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସତ୍ୟ କୁମ୍ଭାର, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତି, ଆର୍ପି କେଶରୀ ଚନ୍ଦ୍ର ସାହୁ ମଞ୍ଚାସିନ ଥିଲେ । ଏହି ବୈଠକରେ ଶୈକ୍ଷିକ କ୍ୟାଲେଣ୍ଡର, ଶିକ୍ଷକମାନଙ୍କ ଦ୍ୱାରା ବହୁ ଶ୍ରେଣୀ ପାଠଟିକା ଓ ଶିକ୍ଷକଙ୍କ ଗତିବିଧି ଯୋଜନା ପ୍ରସ୍ତୁତି ଓ ଉପସ୍ଥାପନା, ପ୍ରଧାନ ଶିକ୍ଷକଙ୍କ ଭୂମିକା କଣ ହେବା ଉଚିତ, ସିଆର୍ସିସିଙ୍କ ବିଦ୍ୟାଳୟ ପରିଦର୍ଶନ, ନିପୁଣ ଓଡିଶା ଏହି ସବୁ ବିଷୟରେ ଆଲୋଚନା ହୋଇଥିଲା । ଏହି ଅବସରରେ ତେନ୍ତୁଳୀଖୁଣ୍ଟି ଶିକ୍ଷୟତ୍ରୀ ଜସ୍ମିନ ମିଶ୍ର ବହୁଶ୍ରେଣୀ ଶିକ୍ଷା ଦାନ ଓ ପରିଚାଳନା ଉପରେ ତଥ୍ୟ ଉପସ୍ଥାପନା କରିଥିଲେ । ବିଦ୍ୟାଳୟର ଶିକ୍ଷକ /ଶିକ୍ଷୟିତ୍ରୀ ସଫଳା ମିଶ୍ର, ଜୟମାଳିନୀ ପଟ୍ଟନାୟକ , ସରୋଜିନୀ ମିଶ୍ର, ପ୍ରିୟଦର୍ଶିନୀ ସ୍ୱାଇଁ, ଗୌରଚନ୍ଦ୍ର ଭୋଇ, ନୀଳମଣି ଦୀପ ପ୍ରମୁଖ ସହଯୋଗ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୪ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଏଫ୍ଏଲ୍ଏନ୍ ଗ୍ରେଡ଼୍ ଶିକ୍ଷକ ଯୋଗଦେଇଥିଲେ ।