ତୁଷୁରା କ୍ଲଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ ତୁଷୁରା ବାଳିକା ହାଇସ୍କୁଲଠାରେ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା କ୍ଲଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ ସ୍ଥାନୀୟ ବାଳିକା ନୋଡାଲ ହାଇସ୍କୁଲଠାରେ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସିଆର୍‌ସିସି ଜଗମୋହନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଭେମ୍ବର ମାସର ଏଜେଣ୍ଡା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକ, ଦୁତିଆ ସେଠ, ମନ୍ମଥ ରାଜହଂସ, ମୋହନ ଭୋଇ, ଚନ୍ଦ୍ରଧ୍ୱଜ ମେହେର ପ୍ରମୁଖ ଯୋଗ ଦେଇଥିବାବେଳେ ଏଫ୍‌ଏଲ୍‌ଏନ୍ ଶିକ୍ଷକ ପୂରନ୍ ମେହେର, ପ୍ରଭାତ କିଶୋର ରାଏ, ସ୍ନେହାଶିଷ ତ୍ରିପାଠୀ ଓ ଶିକ୍ଷୟିତ୍ରୀ ମିଲି ପୁରୋହିତ, ଆକାଂକ୍ଷା ରାଣୀ ଯୋଷୀ, ତପସ୍ଵିନୀ ରଣା ପ୍ରମୁଖ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.