oom

ଗଞ୍ଜାମ କଲେଜର ପୁରାତନ ଛାତ୍ରଙ୍କ ବୈଠକ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଭାପତି ବିନୋଦ ଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ମହାବିଦ୍ୟାଳୟର ବିକାଶ, ବିଭିନ୍ନ ଆନୁସାଙ୍ଗିକ ସମସ୍ୟାର ସମାଧାନ ଓ ଆଗାମୀ ଡିସେମ୍ବର ମାସରେ ଶେଷ ସପ୍ତାହରେ କଲେଜର ରପୌ ଜୟନ୍ତୀ ସମାରୋହ ଆୟୋଜିତ କରିବା ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଥିଲା । ଶେଷର ସହ ସମ୍ପାଦକ କୈଳାଶ ଚନ୍ଦ୍ର ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ । ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ, ଉପସଭାପତି ଡି.ସୀମାଲି, ସମ୍ପାଦକ ଦିଲିପ କୁମାର ପଟନାୟକ, କୋଷଧକ୍ଷ ପ୍ରଶାନ୍ତ କୁମାର ନାୟକ, ଉପଦେଷ୍ଟା ଲିଙ୍ଗରାଜ ପଟନାୟକ, ପ୍ରମୋଦ କୁମାର ଦାଶ, ବିଶ୍ୱନାଥ ଦାଶ, ମଙ୍ଗରାଜ ପଣ୍ଡା, ସଦସ୍ୟ ଶବର କୁମାର ତରାଇ, ଅଜୟ କୁମାର ତ୍ରିପାଠୀ, ବିନୋଦ ଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର କୁମାର ପଣ୍ଡା, ଆମରଜିତ ବେହେରା, ଲକ୍ଷ୍ମୀ ଚରଣ ଶତପଥୀ ପ୍ରମୁଖ ପୁରାତନ ଛାତ୍ର ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.