ତୁରେକେଲା କ୍ଲଷ୍ଟରର ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା କ୍ଲଷ୍ଟରର ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ସେମଲା ଆଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ତୁରେକେଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର ଅନ୍ତର୍ଗତ ଏଗାର ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ୍‌ଏଲ୍‌ଏନ୍‌ ଶିକ୍ଷକ ଯୋଗ ଦେଇଥିଲେ । ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପରେ ସିଆର୍‌ସିସି ସ୍ୱାଗତ କରିବା ସହିତ ସଭା ଆରମ୍ଭ କରିଥିଲେ । ଉକ୍ତ ବୈଠକରେ ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ୟାଜ୍ଞାନ ଉପରେ ଆଦର୍ଶ ଶିକ୍ଷାଦାନ ଦିଆଯାଇଥିଲା । ଯୁକ୍ତାକ୍ଷର ଶିକ୍ଷା, ବର୍ଣ୍ଣାଳି, ୟୁଡାଇସ, ଡ୍ରପଆଉଟ, ନବ ସାକ୍ଷରତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଏହି ସଭାରେ ଶିକ୍ଷକ ଭ୍ରମରବର ମହାପାତ୍ର, ରାଜୀବ ଦାସ, ରବୀନ୍ଦ୍ର ରଥ, ପାର୍ଥବ ମହାନନ୍ଦ, ପ୍ରଫୁଲ୍ଲ ମାଝୀ, ଦେବ ବଗର୍ତ୍ତି, ପୀତାମ୍ବର ଲୁହା, ପ୍ରଦୀପ ମେହେର, ଡମ୍ବରୁ ମେହେର, ସୁରୁମଣି ମେହେର, ଗୋପାଳ ଧରୁଆ, ଶିକ୍ଷୟିତ୍ରୀ କୁନି ସାହୁ, ମାଧବୀଲତା ସାହୁ, ସୁଦୀପ୍ତା ଜେନା, ସୁଭଦ୍ରା ମେହେର, ବିନୋଦିନି ତାଣ୍ଡି ଯୋଗ ଦେଇଥିଲେ ।

Leave A Reply

Your email address will not be published.