ଫୁଲବେର ଫାର୍ମସ ପ୍ରଡ୍ୟୁସର କଂପାନୀ ଲିଃର ଦ୍ୱିତୀୟ ବାର୍ଷିକ ସାଧାରଣ ପରିଷଦ ବୈଠକ

ତୁରେକେଲା : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଘୁନେଶ ପଞ୍ଚାୟତର ବର୍ଲା ଗ୍ରାମ ଠାରେ ଫୁଲବେର ଫାର୍ମସ ପ୍ରଡ୍ୟୁସର କଂପାନୀ ଲିଃର ୨ୟ ବାର୍ଷିକ ସାଧାରଣ ପରିଷଦ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀର ସିଇଓ ଆର୍ତ୍ତେଶ୍ଵର ସଗ୍ରିଆ ବାର୍ଷିକୀ ବିବରଣୀ ପାଠ କରିଥିଲେ । ଆବାହକ ଗୁରୁଗୋଦିନ୍ଦ ସିଂହ ମାଝୀ ଏ ଅଂଚଳରରେ କମ୍ପାନୀର ଆବଶ୍ୟକତା ଓ ତାର ପରିଚାଳନା ଉପରେ ଉପସ୍ଥିତ ସଭ୍ୟ ମାନଙ୍କୁ ସୁଚନା ପ୍ରଦାନ କରିଥିଲେ । ନିର୍ଦ୍ଦେଶକ ମହେନ୍ଦ୍ର କେତକୀ କମ୍ପାନୀର ଉନ୍ନତି ଓ ସମସ୍ତ ଅଂଶୀଦାରଙ୍କ ସହଭାଗିତାରେ କିପରି ବଢିପାରିବ ସେ ଉପରେ ବିଶଦ ଭାବରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ବନ ସଗ୍ରିଆ ସମସ୍ତ ଅଂଶିଦାର ମାନଙ୍କୁ କମ୍ପାନୀର କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ ପାଇଁ ଆହ୍ୱାନ କରିଥିଲେ । ନିର୍ଦ୍ଦେଶିକା ଶ୍ରୀମତୀ ହାରାବତୀ ବନଛୋରଙ୍କ ସହିତ ପ୍ରମୋଟର ଦେବକୀ ମାଝୀ ଓ ତ୍ରିଲୋଚନ ମାଝୀ ସଭାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଶେଷ ରେ ବିଜୟ ବନଛୋର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିରେ ବହୁ ଲୋକମାନେ ଉପସ୍ଥିତ ଥିବାନେଇ ଦେଖିବାକୁ ମିଳିଛି ।

Leave A Reply

Your email address will not be published.