ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) :ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ, ଉପ-ସଭାପତି ହରେକୃଷ୍ଣ ମେହେରଙ୍କ ସଭାପତିତ୍ୱରେ ସମାପ୍ତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀଙ୍କ ସ୍ୱାଗତ ଭାଷଣ ପରେ ଏହି ଅନୁଷ୍ଠାନର ଜଣେ ସକ୍ରିୟ ସଭ୍ୟ ତଥା କାର୍ଯ୍ୟାଳୟ ସମ୍ପାଦକ ସ୍ୱର୍ଗତ ନରେନ୍ଦ୍ର କବାଟଙ୍କ ଅମର ଆତ୍ମାର ସତଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ତାପରେ ସଭାପତି ତାଙ୍କର ଅଭିଭାଷଣ ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ସାଧାରଣ ସମ୍ପାଦକ କପିଳେଶ୍ୱର ଖମାରୀ ପୂର୍ବ ବୈଠକର ବିବରଣୀ ପ୍ରଦାନ କରିବା ସହ କେତେ ଗୁଡିଏ ନୂତନ କାର୍ଯ୍ୟପନ୍ଥାର ପ୍ରସ୍ତାବ ଉପସ୍ଥାପନା କରିଥିଲେ । କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଦୁର୍ଗା ପ୍ରସାଦ ହୋତା, ଶିବ ଶଙ୍କର ରଥ, କିଶୋର ଚନ୍ଦ୍ର ସାଏ, ଶିବ ଶଙ୍କର ଖୁଆସ, ଦାମୋଦର ନାଏକ, ଚୈତନ୍ୟ ପଟେଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ନୂତନ ସଭ୍ୟ ଭାବେ ସିନୁ ସୁନ୍ଦର ପାଢୀ ଏବଂ ବିଶ୍ୱଜିତ ଗୁରୁଙ୍କୁ ସ୍ୱାଗତ କରାଯାଇଥିଲା । କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା ସମସ୍ତ ଆୟବ୍ୟୟର ତଥ୍ୟ ପ୍ରଦାନ କରିବା ସହ ଆସନ୍ତା ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଥିଲେ । ପରିଶେଷରେ ସୁନିଲ କୁମାର ବିଶ୍ୱାଲ ଧନ୍ୟବାଦ ଅର୍ପଣ କଲାପରେ ସଭାପତି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.