ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଲାଠିକଟା ବ୍ଲକ ପରିଷରରେ ଲାଠିକଟା ପଂଚାୟତ ସମିତିର ନବମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ଲାଠିକଟା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ ସାହୁ ବ୍ଲକ ଦ୍ୱାରା ବିଭିନ୍ନ ସ୍ଥାନରେ ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଅଞ୍ଚଳବାସୀଙ୍କ ଆବଶ୍ୟକତା ଅନୁସାରେ କେତେକ ଆବଶ୍ୟକ କାର୍ଯ୍ୟ କରିବା ପାଇଁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଦିଲୀପ ଖେସ, ଉପାଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ଓରାମ, ତହସିଲଦାର ମୁରଲୀଧର ଉର୍ମେଲ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।