ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ସ୍ଥିତ କୁବେର ପାନ୍ଥଶାଳା ଠାରେ କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ର ବରଗଡ ଜୋନ ସ୍ତରୀୟ ଏକ ବୈଠକ ଜୋନ ସଭାପତି ତାରାଚାନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରୁ କୁବେର ଦେବତା ତଥା ଭଗବତ ସ୍ୱାମୀଙ୍କ ପୂଜନ ଓ ପଠନ କରାଯାଇଥିଲା । ମହାସଭା ସଭାପତି ଲକ୍ଷ୍ମଣ ସାହୁ, ପୂର୍ବତନ ସଭାପତି ବସନ୍ତ ଖୁଣ୍ଟିଆ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ସାହୁ ଯୋଗ ଦେଇ ମହାସଭାର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ବରଗଡ ଜିଲ୍ଲାର ସମସ୍ତ ସାଇର ସଭାପତି ଓ ସମ୍ପାଦକମାନେ ଯୋଗ ଦେଇ ନିଜ ନିଜ ସାଇ ସ୍ତରରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଉପରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଯୁବା ମଞ୍ଚ ସଭାପତି ଲିଙ୍ଗରାଜ ସାହୁ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ମଞ୍ଚ ପରିଚାଳନା କରିଥିବା ବେଳେ ପାଇକମାଲ ସାଇ ସଭାପତି ସୁରଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ପାଇକମାଲ ଯୁବାମଞ୍ଚ ସଦସ୍ୟ ସହଯୋଗ କରିଥିଲେ ।