ତୃତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଘଣ୍ଟବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଦଭର୍ବାଦଳ ଝାଙ୍କରଙ୍କ ସଭାପତିତ୍ୱରେ ତୃତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ତଥା ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଏବିଇଓ ସତ୍ୟନାରାୟଣ ମଟାରୀ, ସମ୍ମାନିତ ଅତିଥି ଲୁଥୁରବନ୍ଧ ସିଆର୍‌ସିସି କିଶୋର ବନଛୋର, ସେରକୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ୱିନୀ ରଥ, ସେବତୀ ପଡ଼ା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରୋହିତ ମାଝୀ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷକ ମୀନକେତନ ମହାନନ୍ଦ ସଭା ସଂଯୋଜନା କରିଥିଲେ । ଶିକ୍ଷୟିତ୍ରୀ ମମତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ନୃସିଂହଚରଣ ବିଶିଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶିକ୍ଷକ ଜଲି ସାହୁ, ଦୀପ୍ତି ସାହୁ, ଯୁଧିଷ୍ଠିର ଛତର, ଡମ୍ବରୁଧର ପ୍ରଧାନ, କାମଦେବ ପଣ୍ଡା, ସୁଭଦ୍ରା ଭୋଇ, ଆର୍ତ୍ତସାଗର, ନିବେଦିତା ମହଲା, ବିଜେନ୍ଦ୍ର ଚୌଧୁରୀ, ଟିକେଚନ୍ଦ୍ର ନାଗ, ହେମନ୍ତ ଆଚାର୍ଯ୍ୟଙ୍କ ସହ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.