ଡାହିମାଲ କ୍ଲଷ୍ଟରର‌ ତୃତୀୟ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଆୟୋଜିତ

ତୁଷୁରା, (କେପିଏନ୍‌ଏସ୍‌) : ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଡାହିମାଲ ଠାରେ ଡାହିମାଲ କ୍ଲଷ୍ଟରର‌ ତୃତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଡାହିମାଲ କ୍ଲଷ୍ଟରର ସିଆର୍‌ସିସି ପ୍ରହଲ୍ଲାଦ ଦଣ୍ଡସେନା ଯୋଗଦେଇ ମାସିକ ବୈଠକର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ପ୍ରଗତି, କାର୍ଯ୍ୟକ୍ରମ,ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଶିଶୁ ବାଟିକା, ସେପ୍ଟେମ୍ବର ମାସର ଶୈକ୍ଷିକ କ୍ୟା୍ଲେଣ୍ଡେର, ଏଜେଣ୍ଡା, ଅଗଷ୍ଟ ମାସର ମାସିକ ବୈଠକର ପୁନଋଆଲୋଚନା, ନିପୁନ ସପ୍ତାହ, ଜିଲ୍ଲା ଭିତ୍ତିକ ଶୈକ୍ଷିକ ଆଲୋଚନା, ଏସ୍‌ଏଚ୍‌ଭିଆର୍‌, ବିଦ୍ୟାଳୟ ପରିଦର୍ଶନ ଓ ସୁଚିନ୍ତିତ ମତାମତ ପ୍ରଦାନ, ଗଣିତ ଉପରେ ଆଧାରିତ ଗୁଣିତକ ଓ ଗୁଣନିୟକ, ଶିକ୍ଷଣ ସୋପାନ ରେଜିଷ୍ଟର, ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବରେ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ଭୋଇ, ଶଶୀ ଭୋଇ ଓ ଏଲ୍‌ଏଲ୍‌ଏଫ୍‌ ଖଖୠ (ଲର୍ଣ୍ଣିଙ୍ଗ ଲିଙ୍କସ୍‌ ଫାଉଣ୍ଡେସନ୍‌)ର ଆର୍‌ପି ଅବିନାଶ ଶାମଲ ପ୍ରମୁଖ ଯୋଗଦେଇ ନିଜସ୍ୱ ମତ ତଥା ଉଦ୍ଦେଶ୍ୟ ଜ୍ଞାପନ ପୋଷଣ କରିଥିଲେ । ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସୁନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ହେମସାଗର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ସଙ୍ଗୀତା ପ୍ରଧାନ ବହୁ ଶ୍ରେଣୀ ପାଠ ଟୀକା ମୌଳିକ ସାକ୍ଷରତା ଓ ଶିକ୍ଷକ ଦୀନେଶ କୁମାର ସାହୁ ସଂଖ୍ୟାଜ୍ଞାନ ଉପରେ ଶିକ୍ଷାଦାନ ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପା ମାଝୀ, ପ୍ରଧାନ ଶିକ୍ଷକ ରାଜକିଶୋର ଝାଙ୍କର, ଦେବରାଜ ଝାଙ୍କର, ଜଗବନ୍ଧୁ ଭୋଇ, ସହକାରୀ ଶିକ୍ଷକ ଚମରୁ ଥପା, ସୁଧିର ନନ୍ଦ, ଦିନେଶ କୁମାର ସାହୁ, ବୁଦ୍ଧିମତୀ ଝାଙ୍କର, ଅଶୋକ ଝାଙ୍କର, ଉମାଶଙ୍କର ଝାଙ୍କର, ସରୋଜ କୁମାର ରଣା, କାଳୁଚରଣ ସେଠି, ରିଙ୍କୁ ସାହୁ, ସବ୍ୟସାଚୀ ଡାଙ୍ଗ ଓ ଏଲ୍‌ଏଲ୍‌ଏଫ୍‌ର ଆର୍‌ପି ଜଗା ଶାମଲ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଗୁଡଭେଲା ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ନମିତା ରାନୀ ଭୋଇ ଓ ଏ.ବି.ଇ.ଓ ରମେଶ ଚନ୍ଦ୍ର ସାମର୍ଥ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ଉଦ୍ଦିଷ୍ଟ ଶିକ୍ଷଣ ସୋପାନ ଉପରେ ସୁଚିନ୍ତିତ ମତାମତ ଦେଇ ସମସ୍ତଙ୍କୁ ଉତ୍ସାହିତ ଓ ପ୍ରେରଣା ଦେଇଥିଲେ ।

Leave A Reply

Your email address will not be published.