ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ ଅନ୍ତର୍ଗତ ତୁଷୁରା କ୍ଲଷ୍ଟର ସ୍ତରୀୟ ତୃତୀୟ ମାସିକ ବୈଠକ ମହୀପୁର ଆଶ୍ରମ ବିଦ୍ୟାଳୟ ଠାରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏବିଇଓ ବିପିନ ବାଗ ଛାତ୍ରଛାତ୍ରୀ ମାନଙ୍କ ପଠନ ଦକ୍ଷତା ଅଭିବୃଦ୍ଧି, ଶିକ୍ଷକ ଶିକ୍ଷୟିତ୍ରୀମାନେ ନିର୍ଦ୍ଧାରିତ ସମୟରେ ସ୍କୁଲକୁ ଆସିବ ଓ ମଧ୍ୟାହ୍ନ ଭୋଜନର ସୁପରିଚାଳନା ପାଇଁ ପରାମର୍ଶ ଦେଇଥିଲେ । ଆର୍ପି ତଥା ପ୍ରଧାନ ଶିକ୍ଷକ ଡ.ହେମନ୍ତ କୁମାର ଦାଶ ବୈଠକ ପରିଚାଳନା କରି ପୂର୍ବ ବୈଠକର ପୁନରାଲୋଚନା, ସେପ୍ଟେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁ ଶ୍ରେଣୀ ଶିକ୍ଷାଦାନ ପାଇଁ ପାଠଟୀକା ପ୍ରସ୍ତୁତି, ଶ୍ରେଣୀ ପରିଦର୍ଶନ, ପଞ୍ଚମ ଶ୍ରେଣୀ ଗଣିତ ଶିକ୍ଷାଦାନ (ଗୁଣନୀୟକ ଓ ଗୁଣିତକ) ଓ ନିପୁଣ ଓଡିଶା ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ତୁଷୁରା କ୍ଲଷ୍ଟର ଅନ୍ତର୍ଗତ ନଅଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଧ୍ୱଜ ମେହେର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ କ୍ଲଷ୍ଟର ପାଇଁ ଗୌରବ ଆଣି ଦେଇ ଥିବାରୁ ତାଙ୍କୁ ମୁଖ୍ୟ ଅତିଥି ଶ୍ରୀ ବାଗ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ଦୁତିଆ ସେଠ, ମନ୍ଥଥ ରାଜହଂସ, ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇ, ଗୀତାଞ୍ଜଳି ପ୍ରଧାନ, ସହକାରୀ ଶିକ୍ଷକ ଅନ୍ତର୍ଯ୍ୟରମୀ ସାହୁ, ପ୍ରଭାତ କିଶୋର ରାଏ, ସ୍ନେହାଶିଷ ତ୍ରିପାଠୀ ଓ ସହକାରୀ ଶିକ୍ଷୟିତ୍ରୀ ଦୁର୍ଗାମଣି ମହାନନ୍ଦ, ଆକାଂକ୍ଷା ରାଣୀ ଯୋଶୀ, ଲକ୍ଷ୍ମୀ ପ୍ରିୟା କର୍ମକାର, ସ୍ୱରୂପା ପାଢୀ ଓ ନିଳୀମା ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶିକ୍ଷକ ପୂରନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post