ବ୍ଳକ ଆଦିବାସୀ ସଂଘର ବୈଠକ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : ମଦନପୁର ରାମପୁର ବ୍ଳକ ଆଦିବାସୀ ସଂଘର ବୈଠକ ଆଦିବାସୀ ତାଲିମ କେନ୍ଦ୍ର ମ.ରାମପୁରଠାରେ ଅନୁଷ୍ଠିତ ହୋଇଯାଇଅଛି, ବୈଠକରେ କନ୍ଧ ସମାଜ ସଭାପତି ପଦମସିଂ ମାଝୀ ସଂଘ ସଭାପତି ଧନସିଂହ ମାଝୀ, ସଂପାଦକ ଲୋଚନ ଧରୁଆ, ବିଞ୍ଜାଲ ସଭାପତି ସମ୍ପଦ ବରିହା, ମହାଦେବ ବରିହା ଉସଭାପତି କଳାହାଣ୍ଡି ବିଂଝାଲ ସମାଜ, ଗଣ୍ଡୱନା ଆଞ୍ଚଳିକ ସଭାପତି ସୁରସେନ ପୁଟା, ସମସ୍ତ ସମ୍ପ୍ରଦାୟର ସଭାପତି ସଂପାଦକ, ଉପସ୍ଥିତ ଥିଲେ । ବ୍ଳକ ଆଦିବାସୀ ସଂଘର ଟ୍ରଷ୍ଟ ଗଠନ ଓ ବ୍ଳକକୁ ମଜବୁତ କରିବା ପାଇଁ କାର୍ଯ୍ୟ ପନ୍ଥା, ରାମପୁରକୁ ରାଜସ୍ୱ ସବ୍‌ଡିଭିଜନ ମାନ୍ୟତା ପ୍ରଦାନ ପାଇଁ ଜୋରଦାର ଦାବୀ, ବ୍ଲକ ସଂଘକୁ ବିଭ୍ରାଟ କରୁଥିବା ବ୍ୟକ୍ତିଙ୍କୁ ବିରୋଧ କରିବାକୁ ସ୍ଥିର ହେବା ସହ ନୂଆଁଖାଇ ଭେଟ୍‌ଘାଟ୍‌ କରିବାକୁ ବ୍ଳକ ଆଦିବାସୀ ସଂଘକୁ ଦାୟିତ୍ୱ ଦିଆଯାଇଛି । ବୈଠକରେ ମୋହନଗିରୀ ସଂପାଦକ ଶ୍ରୀକାନ୍ତ ମଣି ମାଝୀ, ରାମପୁର ସଭାପତି କ୍ଷେତ୍ରୀ ମାଝୀ, ଦାସରଥି ମାଝୀ, ବ୍ଳକ ସଭ୍ୟ ସୂର୍ଯ୍ୟମଣି ମାଝୀ, ସୁରୁ ବରିହା, ଦେବରାଜ ଭୋଇ, ସଭାପତି ବିପ୍ର ମାଝୀ, ଲୋଚନ ଧରୁଆ, ରୁଦ୍ର ପ୍ରସାଦ ବରିହା, ବାଲେଶ୍ବର, ଲୋକନାଥ ବରିହା, ବୈକୁଣ୍ଠ ମାଝୀ, ବୁଡୁ ମାଝୀ, କ୍ଷୀର ମଣି ବରିହା, ସିଂଗପୁର ସଭାପତି ବାୟୁ ମାଝୀ, ସିଲି ମାଝୀ, ଲୋକନାଥ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ଦ୍ରୋଣାଚାର୍ଯ୍ୟ ମାଝୀ ସଭାପରିଚାଳନା କରିଥିଲେ ।

Leave A Reply

Your email address will not be published.