କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ ପାଇଁ ବୈଠକ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ ପାଇଁ ଏକ ବୈଠକ ସ୍ଥାନୀୟ ନୋଡାଲ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସହ ସମ୍ପାଦକ ତଥା ଶିକ୍ଷକ ଦିନେଶ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଣ୍ଟାବାଞ୍ଜି ସହରର ପ୍ରାଥମିକରୁ ହାଇସ୍କୁଲ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟର ଶିକ୍ଷକମାନେ ସାମିଲ ହୋଇଥିଲେ । ଆଗାମୀ ମାର୍ଚ୍ଚ ମାସ ୧୦ ତାରିଖରେ ଆରମ୍ଭ ହେବାକୁ ଥିବା ମହୋତ୍ସବରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ କଳା, ସାହିତ୍ୟ ଓ ସଂସ୍କୃତି ଯୋଗିତା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ମାଟିର୍ ମହୋତ୍ସବ କମିଟିର ସଭାପତି ଅନ୍ୟ ସମସ୍ତ ଦିଗକୁ ନେଇ ଚର୍ଚ୍ଚା ଆଲୋଚନା କରିଥିଲେ । ଏହି ବୈଠକରେ କମିଟିର ବିରଞ୍ଚି ନାରାୟଣ ଦାସ, ଅମରେନ୍ଦ୍ର ବାଗ, ସଂସ୍କୃତିକ ସଂଯୋଜକ ରଶ୍ମିରଞ୍ଜନ ପୁଟେଲ, ପ୍ରଚାରକ ରୋହନ ମହତ, ତୁଳସୀରାମ ଜଗତଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.