ବଲାଙ୍ଗିର, (ଦେବାଶିଷ ମିଶ୍ର) : ନବୀନ ଭୋଇ ପାଟଣାଗଡ ଉପଖଣ୍ଡ ସଭାପତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିଶ୍ୱାବସୁ ଶବର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଅକୃର କାଲସାଏ ସଭାପତି କୁଡାସିଂହା କେନ୍ଦ୍ର ଓ ଶୁକଦେବ ନାଗ ବଡବନ୍ଧଙ୍କ ମିଳିତ ଅଧ୍ୟକ୍ଷତାରେ ଶତାଧିକ ପୁରୁଷ ମହିଳା କଳସ ଶୋଭାଯାତ୍ରାରେ ଭାଗ ନେଇ ମଂଚରେ କଳସ ଓ ଜ୍ୟୋତି ସ୍ଥାପନ କରିଥିଲେ । ପରେ ଶବିରଧ୍ୱଜା ଅକୃର କାଲସାଏ ଉତ୍ତୋଳନ କରି ପ୍ରାର୍ଥନା କରାଯାଇଥିଲା । ନି. ଝିକେରମାଲର କଲାର ଭୋଇ ଧର୍ମପତ୍ନୀଙ୍କ ସହ ପୂଜାର କର୍ତ୍ତା ରୂପେ ଦାୟିତ୍ୱ ତୁଳାଇଥିଲେ । ଉକ୍ତ ବୈଠକରେ ୨୩ଟି ଆଂଚଳିକ କେନ୍ଦ୍ର ଓ ୩ଟି ଉପଖଣ୍ଡ କର୍ମକର୍ତ୍ତା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟନାରାୟଣ ଭୋଇ ଉପସ୍ଥିତ ରହି ଆଲୋଚନା ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ସମାଜର ସାଧାରଣ ପରିବାରମାନଙ୍କୁ ସଂଘଠିତ କରି ଶିକ୍ଷା, ସ୍ୱସ୍ଥ୍ୟ ଦିଗରେ କାର୍ଯ୍ୟ କରିବାକୁ ସୁଚିନ୍ତତ ମତାମତ ଦେଇଥିଲେ । ଜିଲ୍ଲା ସଂପାଦକ ଯଥା ବିଶ୍ୱାଲ ଜିଲ୍ଲା ପରିଚାଳନା କମିଟିକୁ ନିସ୍ୱାର୍ଥପର ସଚୋଟ ସ୍ୱାଭିମାନୀ ସମାଜ ସେବା ସମୟ ଦେଇ ପାରୁଥିବା ବ୍ୟକ୍ତିମାନଙ୍କୁ ଜିଲ୍ଲା ପରିଚାଳନା ମନୋନିତ କରିବାକୁ ଅନୁରୋଧ କରିଥିଲେ । ଉପସ୍ଥିତ କର୍ମକର୍ତ୍ତା ସମ୍ମାନିତ ଅତିଥିମାନଙ୍କର ପ୍ରସ୍ତାବ ସମର୍ଥନ କ୍ରମେ ୧୮ ଜଣ କର୍ମକର୍ତ୍ତାଙ୍କୁ ମନୋନୀତ କରି ସାଧାରଣ ସଭାରେ ଅନୁମୋଦନ କ୍ରମେ ସିଦ୍ଧାନ୍ତ ନିଆଯାଇଥିଲା । ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଅତିରିକ୍ତ ପୋଲିସ ଅଧିକାରୀ ବେଣୁଧର ଭୋଇ, ସମ୍ମାନିତ ଅତିଥି ରୂପେ ସଭାପତି ବରଗଡ ଶବର ସମାଜ ଦେବାର୍ଚ୍ଚନ ଚତୁର୍ଭୁଜ ଭୋଇ, ବୌଦ୍ଧ ଶବର ସମାଜ କୈଳାସ ଭୋଇ, ପୂଜାଅର୍ଚ୍ଚନା କମିଟିର ସତ୍ୟନାରାୟଣ ଭୋଇ ତାଙ୍କ ବକ୍ତବ୍ୟରେ ପ୍ରଥା, ପରମ୍ପରା, ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ କଲ୍ୟାଣ ଉପରେ ସୁଚିନ୍ତିତ ମତାମତ ଦେଇଥିଲେ । ବରିଷ୍ଠ ପୂର୍ବତନ କର୍ମକର୍ତ୍ତା ଶରତ ଚନ୍ଦ୍ର ବାଗ, ସନ ଭୋଇଙ୍କୁ ସଂସ୍କୃତି, ସଂରକ୍ଷ ସମ୍ମାନ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସେହିପରି ପ୍ରତିଭା ସମ୍ମାନ ଆକଲ ବନଗୋଲାଙ୍କୁ ଓ ଶବର ସମ୍ମାନରେ ସମ୍ମାନିତ କରାଯାଇଥିଲା । ସର୍ବଶେଷରେ ଜିଲ୍ଲା ପରିଚାଳନା କମିଟିକୁ ସର୍ବ ସମ୍ମତିକ୍ରମେ ନିର୍ବାଚିତ ହୋଇଥିଲା । ବିଶ୍ୱାଲ ସଭାପତି, ଉପ ସଭାପତି ରଣଜିତ ବେହେରା, ବିଶ୍ୱମ୍ବର ଭୋଇ ସମ୍ପାଦକ ରୂପେ, ଅକୃର କାଲସାଏ, ପ୍ରଶନ୍ନ ମଲ୍ଲିକ, ରାତୁ କାଲସାଏ, ଶ୍ୟମ ଷାଣ୍ଢ, ଟୁନୁ ଶବର, କୁମରଦାର ଲେବେଡିଆ ପ୍ରମୁଖ ଯୋଗଦେଇଥିଲେ ।
Next Post