tur
shyamlal

ସମ୍ବଲପୁର ଠାରେ ଚାମ୍ବର ଅଫ୍ କମର୍ସ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

• ସମ୍ବଲପୁର ହେବ ଶିଳ୍ପ ଓ ବ୍ୟବସାୟର ପେଣ୍ଠସ୍ଥଳି – ଧର୍ମେନ୍ଦ୍ର ପ୍ରଧାନ
• ସମ୍ବଲପୁରରେ ବ୍ୟବସାୟର ବାତାବରଣ ତିଆରି କରିବା ଦିଗରେ ଚାମ୍ବର୍ ଅଫ କମର୍ସର ଅବଦାନ ଅତୁଳନୀୟ
• ସମ୍ବଲପୁରର ମୂଳ ଅର୍ଥନୀତି ହେଉଛି ବାଣିଜ୍ୟ
• ଶିଳ୍ପ ସମେତ ସ୍ଥାନୀୟ ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ପରିବର୍ତ୍ତନ କରିବା ପାଇଁ ଆଗଭର ହେବା
• ଏକବିଂଶ ଶତାବ୍ଦୀରେ ସମ୍ବଲପୁରକୁ ଆଧୁନିକ ଓ ଶିଳ୍ପଭିତ୍ତିକ ସହରରେ ପରିଣତ କରିବା

ସମ୍ବଲପୁର, (ପିଆଇବି) : ସମ୍ବଲପୁରର ଅପାର ସମ୍ଭାବନାକୁ ଉପଯୋଗ କରି ଜିଲ୍ଲାକୁ ଶିଳ୍ପ ଓ ବ୍ୟବସାୟର ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ଆମେ ଯୋଜନା କରିବା ଦରକାର ବୋଲି ରବିବାର ସମ୍ବଲପୁର ଠାରେ ଚାମ୍ବର ଅଫ୍ କମର୍ସ ବୈଠକରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ଥିବା ଶିଳ୍ପ ଓ ବ୍ୟବସାୟର ସମ୍ଭାବନା ଉପରେ ଆଲୋକପାତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି କଳା, ସଂସ୍କୃତି ଓ ପୁରାତନ ସଭ୍ୟତାର ସହର ହେଉଛି ସମ୍ବଲପୁର । ସମ୍ବଲପୁରର ମୂଳ ଅର୍ଥନୀତି ହେଉଛି ଟ୍ରେଡିଂ ବା ବାଣିଜ୍ୟ । ଜିଲ୍ଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ କେବଳ ଶିଳ୍ପ ନୁହେଁ ବରଂ ସ୍ଥାନୀୟ ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ପରିବର୍ତ୍ତନ କରିବା ପାଇଁ ପଡିବ । ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ସହ ସଡ଼କପଥ ଭିତ୍ତିଭୂମିକୁ ମଜଭୂତ୍ କରିବା ପାଇଁ ପଡିବ । ସମ୍ବଲପୁରରେ ବ୍ୟବସାୟର ବାତାବରଣ ତିଆରି କରିବା, ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ପାଇଁ ପ୍ରୟାସ କରିବା ତଥା ଜିଲ୍ଲାର ଅର୍ଥନୀତିକୁ ମଜଭୂତ୍ କରିବା ଦିଗରେ ଚାମ୍ବର୍ ଅଫ କମର୍ସର ଅବଦାନ ଅତୁଳନୀୟ । ତେବେ ଏଠାରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗୀ ହୋଇ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସମ୍ବଲପୁରର ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ‘ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ଅଧୀନରେ ବିକଶିତ କରିବାର କଳ୍ପନା କରାଯାଇଛି । ହୀରାକୁଦ ବନ୍ଧର ନବୀକରଣ ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ଦେବ୍ରୀଗଡ଼ ଅଭୟାରଣ୍ୟ ସମେତ ସମ୍ବଲପୁରର ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ କରିବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ବଢାଇବା ପାଇଁ ଉଦ୍ୟମ ଜାରି ରହିଛି । ଏଥିରେ ଚାମ୍ବର ଅଫ୍ କମର୍ସ ମଧ୍ୟ ସହଯୋଗୀ ହେବା ଦରକାର । ଏକବିଂଶ ଶତାବ୍ଦୀରେ ସମ୍ବଲପୁରକୁ ଆଧୁନିକ ଓ ଶିଳ୍ପଭିତ୍ତିକ ସହରରେ ପରିଣତ କରିବା ଦିଗରେ ଚାମ୍ବର ଅଫ୍ କମର୍ସ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ଦରକାର ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.