tur
shyamlal

ଭୁସଲାଡ଼ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀର ବୈଠକ

  • ଏସ୍‌ଏଚ୍‌ଜି ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଦାବି କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଜୋନ ଅନ୍ତର୍ଗତ ଭୁସଲାଡ଼ ଗାଁରେ ଆଜି ୩ ଗୋଟି ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ ଯୋଗଦେଇ ଏସ୍‌ଏଚ୍‌ଜି ମହିଳା ମାନଙ୍କୁ ମାସିକ ୨ ହଜାର ଟଙ୍କା ମୋହନ ସରକାର ଦେବା ପାଇଁ ଏହି ବୈଠକରେ ଦାବି କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଡବଲ ଇଞ୍ଜିନ ସରକାର ଏବେ ନିଦାବିଷ୍ଣୁ ପାଲଟିଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ମହିଳା ମାନେ ବିଭିନ୍ନ ସମସ୍ୟାର ଶ୍ରୀଘ୍ର ସମାଧାନ କରିବାକୁ ଦାବି କରିଛନ୍ତି । ଏହି ବୈଠକରେ ବଙ୍ଗୋମୁଣ୍ଡା ବ୍ଲକର ଭୁସଲାଡ଼, ଝଲପ ଓ ଦେଢ଼ଗାଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସାମିଲ ହୋଇ ବିଭିନ୍ନ ପ୍ରକାର ମତ ରଖିଥିଲେ । ଏହି ବୈଠକରେ ଉପାସୀ ବେହେରା, ଦମୟନ୍ତି ମହତ, ସୁନିତା ବାଗ, ସବିତା ପୁଟେଲ, ବିନତି ସାହୁ, କାଞ୍ଚନ ବେହେରା, ପୁଷ୍ପା ବେହେରାଙ୍କ ସମେତ ଶତାଧିକ ମହିଳା ମାନେ ସାମିଲ ହୋଇଥିଲେ । ଆଗାମୀ ଦିନରେ ଏ ଦିଗରେ ସରକାର ପଦକ୍ଷେପ ନ ନେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.