oom

ଅଖିଳ ଭାରତୀୟ ଗୋଣ୍ଡ ସମାଜର ବାର୍ଷିକ ପୂଜା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ସ୍ଥିତ ବୁଢ଼ାଦେଓ ମଣ୍ଡପ ଠାରେ ଭାଗବତିଆ ସିଂ ଦାଉଙ୍କ ସଭାପତିତ୍ୱରେ ଗୋଣ୍ଡ ସମାଜର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବାର୍ଷିକ ବୁଢ଼ାଦେଓ ପୂଜା ମହୋତ୍ସବ ନିମନ୍ତେ କଳସ ଶୋଭାଯାତ୍ରା ସହ ପୂଜାର୍ଚ୍ଚନା କରାଯିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥି ନିମନ୍ତେ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସଭା ମଧ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସାମାଜିକ ରୀତିନୀତି, ସମାଜ ପରିବାରଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ରୂପରେଖ ପ୍ରସ୍ତୁତି କରିବାକୁ ମଧ୍ୟ ନିର୍ଦ୍ଧାରଣ କରାଯିବ । ଏହି ବୈଠକରେ ପଦ୍ମପୁର, ପାଇକମାଲ, ଝାରବନ୍ଧ ଆଦି ବ୍ଲକରୁ ଗୋଣ୍ଡ ସମାଜର ବରିଷ୍ଠ କର୍ମକର୍ତ୍ତା ଯୋଗ ଦେବାକୁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଚୈତୁ ସିଂ ଦାଉ, ରଞ୍ଜନ ମାଝୀ, ସହଦେବ ଧରୁଆ, ସତାର ମାଝୀ, ଜଗଦେବ ଧରୁଆ, ଅମୃତ ବାଗ, ବସନ୍ତ ଧରୁଆ, ଚଇତୁ ଧରୁଆ, ଉସତ୍ ଧରୁଆ, ଭୁଜବଳ ପୁଟା, ଆନନ୍ଦ ଧରୁଆ, କୌଶଲ୍ୟା ଧରୁଆ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ୯ ତାରିଖ ବାର୍ଷିକ ସମାବେଶ ପରିଚାଳନା ପାଇଁ ଏକ ୧୧ଜଣିଆ କମିଟି ଗଠନ କରାଯାଇ ଚିତ୍ତରଞ୍ଜନ ପୌରେଁ, ରତିରାମ ସିଦାର, ନୃସିଂହ ଧରୁଆ, ଜଗଦେବ ଧରୁଆ, ଖିତରାଜ୍ ଗଏଁତା, ଭୁଜବଳ ପୁଟା, ଅମୃତ ବାଗ, ଦୁର୍ଯ୍ୟୋଧନ ପୁଟା, ଉସତ ଧରୁଆ, ଚଇତୁ ଧରୁଆ, ରାଧାକାନ୍ତ ମାଝୀ ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଥିଲା । ପରିଶେଷରେ ସମାଜର ବରିଷ୍ଠ କାର୍ଯ୍ୟକର୍ତ୍ତା ଦୁର୍ଯ୍ୟୋଧନ ପୁଟା ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.