- ନୃସିଂହନାଥରେ ଶୀଘ୍ର ସାମ୍ବାଦିକ ଭବନ ନିର୍ମାଣ ପାଇଁ ଆଲୋଚନା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ମନଭଙ୍ଗ ଡ୍ୟାମ ପରିସରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ପଦ୍ମପୁର ସବଡ଼ିଭିଜନ ସାମ୍ବାଦିକ ସଂଘର ଏକ ବୈଠକ ସଭାପତି ବଡ ଶତପଥିଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଭାବନା ସିଂ, ସମ୍ମାନିତ ଅତିଥି ଭାବେ ବିଧାୟକ ନୋମିନି ହୃଦାନନ୍ଦ ବାରିକ, ବରିଷ୍ଠ ସାମ୍ବାଦିକ ଲାଳବିହାରୀ ମିଶ୍ର, ସତ୍ୟ ପ୍ରଧାନ, ରତ୍ନମଣି ଶତପଥି ଯୋଗଦେଇ ନୃସିଂହନାଥ ମନ୍ଦିର ବସଷ୍ଟାଣ୍ଡ ନିକଟରେ ନିର୍ମାଣଧୀନ ସାମ୍ବାଦିକ ଭବନ କିପରି ଶୀଘ୍ର ସମ୍ପୂର୍ଣ୍ଣ ହେବ ସେନେଇ ଆଲୋଚନା କରିଥିଲେ । ଆଲୋଚନାରେ ସୁରଥ ସାହୁ, ଝସକେତନ ସାହୁ, ସୁଦାମ ପ୍ରଧାନ, ପ୍ରଦୀପ୍ତ ଦାଶ, ରିଙ୍କୁ ଦେବତା, ମନୋହର ଦାଶ, ଅଶ୍ୱନୀ ପାତ୍ର, ଅଶ୍ୱିନୀ ଧରୁଆ, ଶିବ ପଟେଲ, ଗୌରାଙ୍ଗ ଦାଶ, କୌଶିକ ସାହୁ, ଦେବେନ୍ଦ୍ର ସାହୁ, କୀତ୍ର୍ତ୍ତୀ ସାହୁ, ଆୟୁଷ ବାରିକ, ବିଷ୍ଣୁ ପ୍ରସାଦ ବାଜପେୟୀ, ଧିରେନ ମହାନ୍ତି, ନିରୋଜ ପାଣି, ପ୍ରଦୀପ୍ତ ପ୍ରଧାନ, ସୁମନ୍ତ ସାହୁ, ମାନସ ରଞ୍ଜନ ନାୟକ, କୁଞ୍ଜ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଅତିଥି ମାନଙ୍କୁ ସଭାପତି ଶ୍ରୀ ଶତପଥି ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିବାବେଳେ ସମସ୍ତ ସାମ୍ବାଦିକ ମାନଙ୍କୁ ମୁଖ୍ୟ ଅତିଥି ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସଭାର ଉଦ୍ଦ୍ୟେଶ୍ୟ ଜ୍ଞାପନ ସଂଘର ସମ୍ପାଦକ ରମେଶ ବାରିକ କରିଥିବାବେଳେ ଉପସଭାପତି ସତ୍ୟଜିତ ପଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଦ୍ୱିତୀୟ ବୈଠକରେ ସାମ୍ବାଦିକ ମାନେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏଥିରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଏବଂ ଜିଲ୍ଲାର ସମସ୍ତ ବିଧାୟକ ମାନଙ୍କ ସହ ଏହି ସାମ୍ବାଦିକ ଭବନ ନିର୍ମାଣ ପାଇଁ ଆଲୋଚନା କରାଯିବା ନେଇ ନିଷ୍ପତ୍ତି ନେଇଥିଲା ।