jayashree

କୃଷି ଓଡିଶା ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

  • ପ୍ରସ୍ତୁତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ

ଭୁବନେଶ୍ୱର : ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜାନୁଆରୀ ମାସରେ ଆୟୋଜିତ ହେବାକୁ ଥିବା କୃଷି ଓଡ଼ିଶା, ଚାଷୀ ପଞ୍ଜିକରଣ, କୃଷକଙ୍କ ତଥ୍ୟ ଏବଂ ୨୦୨୫ – ୨୬ ବର୍ଷ ପାଇଁ କୃଷି ବଜେଟ ଉପରେ ପ୍ରସ୍ତୁତି ଆଲୋଚନା କରାଯାଇଥିଲା । ଆସନ୍ତା ୨୦୨୫ ଜାନୁଆରୀ ୩ରୁ ୫ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ କୃଷି ଓଡ଼ିଶା ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହେବ । ଏଥିରେ ୧୨ଟି ବୈଷୟିକ ଅଧିବେଶନ ରହିଛି । ପ୍ରତି ଅଧିବେଶନରେ ୨୦୦ ଜଣ ଅଂଶଗ୍ରହଣ କରିବେ ଏବଂ ୨୫୦ଟି ଷ୍ଟଲ ପ୍ରଦର୍ଶିତ କରାଯିବ । ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ କୃଷି ଓଡ଼ିଶାରେ କରାଯିବ । ସାରା ରାଜ୍ୟରୁ ପ୍ରାୟ ୧୦,୦୦୦ କୃଷକ ଏଥିରେ ଯୋଗଦାନ କରିବେ । ସେହିଭଳି, କୃଷକ ପଞ୍ଜିକରଣ (farmer registry of agristack)ରେ ଚାଷୀଙ୍କୁ ପଞ୍ଜିକୃତ ହେବା ପାଇଁ ସାରା ରାଜ୍ୟରେ କ୍ୟାମ୍ପ ବ୍ୟବସ୍ଥା କରାଯିବ । ଚାଷୀମାନେ ନିଜକୁ ପଞ୍ଜିକୃତ କରିବା ନିମନ୍ତେ କ୍ୟାମ୍ପର ସହାୟତା ନେଇପାରିବେ କିମ୍ବା ନିଜେ ନିଜେ ପଞ୍ଜିକରଣ କରିପାରିବେ କିମ୍ବା ଜନସେବା କେନ୍ଦ୍ରର ସହାୟତା ନେଇପାରିବେ । ପ୍ରତି ରେଜିଷ୍ଟ୍ରେସନ ପିଛା ୧୦ ଟଙ୍କା ସରକାର ଯୋଗାଇ ଦେଉଛନ୍ତି । ଏହି ରେଜିଷ୍ଟ୍ରେସନ ଦ୍ୱାରା ସରକାରଙ୍କ ପାଖରେ ରାଜ୍ୟର ସମସ୍ତ ଚାଷୀଙ୍କ ବିଶଦ ତଥା ଏକୀକୃତ ଡାଟାବେସ ରହିପାରିବ । ପରବର୍ତ୍ତୀ ସମୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଏହାର ବ୍ୟବହାର କରାଯିବ । ଅନୁରୂପ ଭାବେ, ଆଗାମୀ ଆର୍ଥିକ ବର୍ଷ ୨୦୨୫ – ୨୬ ନିମନ୍ତେ କୃଷି ବିଭାଗ ଦ୍ଵାରା ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟର ବଜେଟ ବିଷୟରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ଃ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣଙ୍କ ସମେତ ବହୁ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.