ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ଜାନୁଆରୀ ମାସ ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ହେବାକୁ ଥିବା ପଞ୍ଚମ ସୁଲିଆ ମହୋତ୍ସବ ପାଇଁ ମଙ୍ଗଳବାର ଅପରାହ୍ନରେ ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତର ଖଇରଗୁରା ଯାତ୍ରା ପଡ଼ିଆରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ଆବାହକ ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ବିଡ଼ିସିସି ସଭାପତି ଲକ୍ଷ୍ମଣ ମେହେରଙ୍କୁ ମହୋତ୍ସବ କମିଟିର ସଭାପତି ଭାବେ ଚୟନ କରା ଯାଇଥିବା ବେଳେ ଉପ-ସଭାପତି ଭାବେ କୁଲୁତାପଡ଼ା ସରପଞ୍ଚ ଦୁଷ୍ମନ୍ତ ସାହୁ ଓ ବଡ଼ବାହାଲ ପୂର୍ବତନ ସରପଞ୍ଚ ଜୟ ରଣାଙ୍କୁ ମନୋନିତ କରାଯାଇଥିଲା । ସେହିପରି ସଂଯୋଜକ ଭାବେ ରୁପାଧର ପୁଟା ଓ ଉପଦେଷ୍ଟା କମିଟିର ସଭ୍ୟ ଭାବେ ପ୍ରମୋଦ ବହିଦାର, ଶୈଳେନ୍ଦ୍ର ସାହୁ, ଆଦିବାସୀ ନେତା ସତ୍ୟନାରାୟଣ ଭୋଇ, ସୋମନାଥ ଦେହୁରୀ ଓ ବେଣୁଧର ସିଂଙ୍କୁ ମନୋନିତ କରାଯାଇଥିଲା ।