ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀକୁ ନେଇ ଗଞ୍ଜାମ ଜିଲ୍ଲା ଓକିଲ ସଙ୍ଘର ଜରୁରୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ଓକିଲ ସଙ୍ଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ୨୦୦୮ ମସିହା ଠାରୁ ଏହି ଦାବୀ ଉଠାଇ ଆନ୍ଦୋଳନ କରୁଥିବା ବେଳେ ପ୍ରତ୍ୟେକ ମାସର ଶେଷ ୪ ଦିନ ସଙ୍ଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଛି । ଆସନ୍ତା ମଙ୍ଗଳବାର ଦକ୍ଷିଣ ଓଡିଶାର ୩୬ ଟି ଓକିଲ ସଂଘ ବୈଠକରେ ଯୋଗ ଦେବାକୁ ଥିବା ବେଳେ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଅନୁରୋଧ କ୍ରମେ ଅନେକ ଓକିଲ ସଂଘ ବୈଠକରେ ସାମିଲ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.