ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ଠାରେ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡାର ଏକ ବୈଠକ ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସୋମେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ହୁଲେଶ୍ୱର ହଂସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ଉପସଭାପତି ଅନିଲ ତ୍ରିପାଠୀ, ଉପସଭାପତି ସୁଶାନ୍ତ ବେହେରା, ଉପଦେଷ୍ଟା ଅଶୋକ କୁମାର ଖମାରୀ, ରାଧେଶ୍ୟାମ ମେହେର, ନିତ୍ୟାନନ୍ଦ ପୃଷେଠ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସଂଘର ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବାରମ୍ବାର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲର ବିକାଶ ପାଇଁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ କଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଐତିହାସିକ ଯୋଗିନୀ ପୀଠର ସାମଗ୍ରିକ ବିକାଶ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଏକଜୁଟ୍ ହୋଇ ଖବର ପ୍ରସାରଣ କରାଯିବ ବୋଲି ଆଲୋଚନା ହୋଇଥିଲା । ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲରେ ପ୍ରତ୍ନତାତ୍ତ୍ୱିକ ବିଭାଗର ଅବହେଳା ଯୋଗୁଁ ପର୍ଯ୍ୟଟକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀ ମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନକରି ଯାନବାହାନ ଚାଳକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ଗାଡି ମୋଟର ଛଡ଼ା ଯାଉ ନାହିଁ । ସିକ୍ୟୁରିଟୀ ଗାର୍ଡ ମାନେ ଟଙ୍କା ଦେଲେ ଭିତରକୁ ଛାଡୁ ଥିବା ଅଭିଯୋଗ ହେଉଛି । ସରକାରଙ୍କ ପକ୍ଷରୁ ଅଣ ପଞ୍ଜିକୃତ ସାମ୍ବାଦିକ ମାନଙ୍କ ଦୌରାତ୍ମ୍ୟ ବଢୁ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଏଥିରେ ସଂଘର ସମସ୍ତ ସଦସ୍ୟମାନେ ସାମିଲ ହୋଇଥିଲେ ।
Next Post