oom

ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଏସିଡିସି ବୈଠକ : ଯୋଗଦେଲେ ଜିଲ୍ଲା ସ୍ତରୀୟ ଅଧିକାରୀ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରଥମ ଏସିଡିସି ବୈଠକ ଶୁକ୍ରବାର ଦିନ ସ୍ଥାନୀୟ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ ବିଧାୟକ ନବୀନ ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ କାର୍ଯ୍ୟ ହେଉଥିବା ତଥା ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଭଲ କାମ ଯେପରି ହେବ ସେ ଦିଗରେ ଧ୍ୟାନ ଦେବାକୁ କହିଥିଲେ । କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଥିବା ପ୍ରଥମ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି (ଏସିଡିସି) ସଭାରେ ଯୋଗଦେଇ ଦୀର୍ଘ ୨୪ ବର୍ଷ ନିରବଚ୍ଛିନ୍ନ ଭାବେ ଶାସନ କରିଥିବା ବିଜେଡି ସରକାରର ଶାସନରେ ଅତିଷ୍ଠ ହୋଇ ଲୋକେ ପରିବର୍ତ୍ତନ ଆଣିବା ସହ ସରକାରକୁ ବଦଳାଇବାରେ ସକ୍ଷମ ହୋଇଥିବାରୁ ସରକାର ଉନ୍ନୟନ ମୂଳକ କାମକୁ ଗୁରୁତ୍ୱ ଦେଇ ଦୁର୍ନିତି ମୁକ୍ତ ଶାସନ ସହ ସମସ୍ତଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ଆଜିର ମୋହନ ସରକାର ଚେଷ୍ଟା ଚଳାଇଛନ୍ତି । ତେଣୁ ଆପଣ ମାନେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଡିପିଆର ପ୍ରସ୍ତୁତ କରନ୍ତୁ ମୋର ନିର୍ବାଚନ ମଣ୍ଡଳୀକୁ ପାଣ୍ଠି କିପରି ଆଣି କାର୍ଯ୍ର କରାଯିବ ସେ ଦାୟିତ୍ୱ ମୋର ବୋଲି କହିଥିଲେ । ସାରା ଓଡ଼ିଶାରେ ଯେପରି ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ନାଁ ହେବ ସେ ଦିଗରେ କାର୍ଯ୍ୟ କରନ୍ତୁ ବୋଲି ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏହି ବୈଠକରେ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ନିଜ ନିଜ ବିଭାଗର ଆଗାମୀ ଦିନର ରୋଡମ୍ୟାପ ଦେବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ବିଭାଗ କଣ କଣ କରିଛି ଟିକିନିକି ହିସାବ ବିଧାୟକଙ୍କ ସାମ୍ନାରେ ତଥ୍ୟ ରଖିଥିଲେ । ବିଗତ ଦିନରେ ଟିଟିଲାଗଡ, ସଇଁତଲା, ଗୁଡଭେଲା, ଟିଟିଲାଗଡ ପୌରାଞ୍ଚଳ ଓ ତୁଷୁରା ଏନ୍‌ଏସିର ଅନେକ ଉନ୍ନୟନ କାମରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଥିଲେ ସୁଦ୍ଧା ସେଗୁଡିକ ଅଖିବନ୍ଦ କରି କାମ କରିଥିବା ଅଧିକାରୀ ମାନଙ୍କୁ ମଧ୍ୟ କଡା ଭାଷାରେ ସମାଲୋଚନା କରିବାକୁ ମଧ୍ୟ ପଛାଇ ନଥିଲେ ବିଧାୟକ ଶ୍ରୀ ଜୈନ । ନାଁ ନନେଇ କରିଥିବା ଦୁର୍ନୀତିକୁ ଅଧିକାରୀ ମାନେ ପୂର୍ବ ସରକାର ସମୟରେ ଯେଉଭଳି ଭଳି ଭାବରେ ଧର୍ମକୁ ଆଖିଠାର କରିବା ପରି ମନମାନି ଚଳାଇଥିଲେ ତାହା ବର୍ତ୍ତମାନ ଆଉ ଚଳିବନି ବୋଲି ସିଧାସଳକ ଚରମବାଣୀ ଶୁଣାଇଥିଲେ । ଆଗାମୀ ଦିନରେ ମୁଁ ନିଜେ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ସ୍ଥାନକୁ ବୁଲି କାର୍ଯ୍ୟର ମାନ ପରୀକ୍ଷଣ କରିବା ସହ ଆହୁରି ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି କହିଥିଲେ । ଏହି ବୈଠକରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବଲାଙ୍ଗିର ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ନିର୍ଦ୍ଦେଶକ ପ୍ରଫୁଲ୍ଲ ଖୁଜୁର, ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀଙ୍କ ସମେତ ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଦେବୀ ଜୈନ ଓ ଗୁଡଭେଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ଦୋରା ପ୍ରମୁଖ ମଞ୍ଚାସୀନ ଥିଲେ । ତେବେ ଏହି ବୈଠକକୁ ଆସିଥିବା କିଛି ଅଧିକାରୀଙ୍କୁ ତାଗିଦ କରିବା ସହ ଜଣେ ମହିଳା ଅଧିକାରୀଙ୍କୁ କର୍କଶ ସ୍ଵରରେ କିଛି କଟୁ ବାକ୍ୟ କହିଥିବାରୁ ଅଧିକାରି ତାଯୁବ ହୋଇ ଥିଲେ ।

jittmm
Leave A Reply

Your email address will not be published.