ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୬୩ତମ ଜାତୀୟ ଫାର୍ମାସୀ ସପ୍ତାହ ଦିବସ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଆସ୍କା ରୋଡଠାରେ ପାଳିତ ହୋଇଯାଇଛି । ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ୍ ଆସୋସିଏସନ୍ ଗଞ୍ଜାମ ଶାଖା ଆନୁକୁଲ୍ୟରେ ସମାହିତ ଏହି କାର୍ଯ୍ୟକ୍ରମରେ ସଭାପତି ନବୀନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ଏହି ଆନୁଷ୍ଠାନିକ ବୈଠକରେ ସମ୍ପାଦକ ଅଭିମନ୍ୟୁ ଶତପଥୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଶତାଧିକ ଫାର୍ମାସୀ ଅଫିସର ଯୋଗଦାନ କରିଥିଲେ । ଏହି ବର୍ଷର ବାର୍ତ୍ତା “Think health, think pharmacy” ସମ୍ପର୍କିତ ସବିଶେଷ ଆଲୋଚନା କରାଯାଇଥିଲା । ଏଥିରେ ଗତବର୍ଷ ଅବସର ନେଇଥିବା ୧୬ ଜଣ ଫାର୍ମାସୀ ଅଫିସରଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସଭିଙ୍କୁ ପ୍ରଶଂସାପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଦ୍ଵିତୀୟାର୍ଦ୍ଧରେ ୨୦୨୪-୨୬ ବର୍ଷ ପାଇଁ ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ସୁଧାକର ପାଣିଗ୍ରାହୀ, ସମ୍ପାଦକ ଭାବେ ତ୍ରିନାଥ ବେହେରା ଏବଂ କୋଷାଧ୍ୟକ୍ଷ ଶ୍ରୀମତୀ ସୁନେଲି ଦେବୀ ଏବଂ ଅନ୍ୟ ସମସ୍ତ କର୍ମକର୍ତ୍ତା ମନୋନୀତ ହୋଇଥିବା ଛତ୍ରପୁର କର୍ମକର୍ତ୍ତାଙ୍କ ଠାରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଗଣମାଧ୍ୟମକୁ କୁହାଯାଇଛି ।
Next Post