ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଯାଦବ ଭବନ ଠାରେ ମୁରିବାହାଲ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ସଭାପତି ଓ ସମ୍ପାଦକ ତଥା ସମସ୍ତ ଯାଦବ ବୃନ୍ଦଙ୍କୁ ନେଇ ମୁରିବାହାଲ ବ୍ଲକ ଯୁବ ଯାଦବ ସଭାପତି ଗଙ୍ଗାଧର ହେର୍ଣ୍ଣାଙ୍କ ସଭାପତିତ୍ୱରେ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁରିବାହାଲ ବ୍ଲକସ୍ତରୀୟ ଯାଦବ ମହାସଭାର କାର୍ଯ୍ୟକାଳ ଶେଷ ହୋଇ ଅଧିକ ସମୟ ହୋଇଯାଇଥିବାରୁ ବ୍ଲକସ୍ତରୀୟ କାର୍ଯ୍ୟ ପରିଚାଳନା କମିଟିର ପୁନର୍ଗଠନ ନିମନ୍ତେ ବ୍ୟାପକ ବିଚାର ଆଲୋଚନା ହୋଇଥିଲା । ଏହି ପ୍ରସ୍ତାବ ଗୁଡିକ ସର୍ବ ସମ୍ମତ୍ତି କ୍ରମେ ଗୃହୀତ କରାଯାଇଥିଲା । ପ୍ରସ୍ତାବ ୧ : ମୁରିବାହାଲ ବ୍ଲକସ୍ତରୀୟ କାର୍ଯ୍ୟ ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ମୁରିବାହାଲ ବ୍ଲକ ଯାଦବ ସମାଜ ପରିଚାଳନା କମିଟିକୁ ଏହି ସଭାରେ ଭଙ୍ଗ କରାଯାଇଥିଲା ଏବଂ ନିକଟ ଭବିଷ୍ୟତରେ ମୁରିବାହାଲ ବ୍ଲକ ସ୍ତରୀୟ ଯାଦବ ସମାଜ ପରିଚାଳନା କମିଟି ପୁନର୍ଗଠନ କରିବା ପାଇଁ ସର୍ବସମ୍ମତ୍ତି ପ୍ରସ୍ତାବ ଗୃହୀତ ହୋଇଥିଲା । ପ୍ରସ୍ତାବ ୨ : ମୁରିବାହାଲ ବ୍ଲକର ଯେଉଁ ଗ୍ରାମ ପଞ୍ଚାୟତ କମିଟିର କାର୍ଯ୍ୟକାଳ ଶେଷ ହୋଇଯାଇଛି । ସେହି ଗ୍ରାମ ପଞ୍ଚାୟତ ଗୁଡିକରେ ପୁନର୍ଗଠନ ନିମନ୍ତେ ପ୍ରସ୍ତାବ ହୋଇଥିଲା । ପ୍ରସ୍ତାବ ୩ : ମୁରିବାହାଲ ବ୍ଲକ ସ୍ତରୀୟ ନୂତନ କାର୍ଯ୍ୟ ପରିଚାଳନା କମିଟିର ଗଠନ ଆସନ୍ତା ତା ୦୧/୧୨/୨୦୨୪ ରିଖ ରବିବାର ମୁରିବାହାଲ ଯାଦବ ଭବନଠାରେ ବୈଠକ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ପୁରୁଷୋତ୍ତମ ବାଗ, ଚକ୍ରଧର ହେର୍ଣ୍ଣା, ଫାଲଗୁନୀ ହାତୀ, ଶ୍ରୀପତି ଷାଣ୍ଡ, ତେଜୁରାମ ବାଗ, ହୃଦାନନ୍ଦ ବାଗ, ରଞ୍ଜନ ବଗର୍ତ୍ତୀ, ରୁଦ୍ର ମନହିରା, ଲବ କାଣ୍ଡ, ମାନପତି ଷାଣ୍ଡ, ଅନାକ୍ଷୀ ହଂସ, ମଧୁସୂଦନ ନାଗ, ଉପିନ ନିଆଲ, ସରୋଜ କୁମାର ବାଗ, ରାମଚନ୍ଦ୍ର ନାଗ, ରବିଲାଲ ନାଗ, ଟଙ୍କ ବାଗ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ ।