jayashree

ସେକ୍ଟର -୧୯ ଥାନାରେ ଆମ ପୁଲିସ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ ପୁଲିସ ତରଫରୁ ସେକ୍ଟର -୧୯ ଥାନାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପୁଲିସ ଅଧିକାରୀ ଡ. ସୁମନ ଦତ୍ତଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଥାନା ପ୍ରଭାରୀ ସାଇପ୍ରଭା ରାଉତ, ଏସ୍‌ଆଇ ଏ ମୁଣ୍ଡାରୀ, ଏଏସ୍‌ଆଇ ସୁଷମା ସାହୁ ପ୍ରମୁଖ ଉପସ୍ଥିତ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ଥାନା ପ୍ରଭାରୀ ଶ୍ରୀମତୀ ରାଉତ ସାଇବର କ୍ରାଇମ, ମଦ୍ୟପାନ କରି ଗାଡି ନଚଳାଇବା, ୨ରୁ ଅଧିକ ଯାତ୍ରୀ ୨ ଚକିଆ ଯାନରେ ନଯିବା, କାର ଗୁଡ଼ିକରେ ସିଟ୍ ବେଲ୍ଟ ବାନ୍ଧିବା, ହେଲ୍‌ମେଟ୍‌ ପିନ୍ଧିବା, ଟ୍ରାଫିକ ନିୟମ ମାନିବା, ଅଚିହ୍ନା ନମ୍ବରରୁ ଫୋନ୍‌ ଆସିଲେ ଫୋନ୍‌ ନଉଠାଇବା, ଫୋନ୍ କ୍ରୋନ ମାଧ୍ୟମରେ ଅଚିହ୍ନା ନମ୍ବରର କଥାରେ ପ୍ରଲୋଭିତ ହେବା, ସୁନା ସଫା କରୁଥିବା ବ୍ୟକ୍ତିମାନଙ୍କୁ ଘରେ ପ୍ରଶୟ ନଦେବା, ଅନ୍ଧାରିଆ ବା ଶୁନଶାନ୍ ସ୍ଥାନରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ୧୧୨ ନମ୍ବରକୁ ଫୋନ୍ କରି ସୂଚନା ଦେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହା ସହ ଉପସ୍ଥିତ ଥିବା ମହିଳା ସଦସ୍ୟ ଓ ସଦସ୍ୟାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାସହ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୁଞ୍ଜବିହାରୀ ରାଉତ, ନିହାର ଦାସ, ସନ୍ତୋଷ ସ୍ୱାଇଁ, ସୁବାସ ଗୁପ୍ତା, ରୁକସନା ବେଗମ, ଜାନକୀ ଦେବୀ, ରୀତା ମହାପାତ୍ର, ଲିଲିମା ଜୟସିଂହ, ଚନ୍ଦ୍ରମଣି ସାହୁ, ସୁଶାନ୍ତ ସ୍ୱାଇଁ, ସନ୍ତୋଷ ରାଉତଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.