oom

ଜଙ୍ଗଲ ଅଧିକାର ଆଇନ ବୈଠକ

jsmm

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଡୁଡୁକା ପଞ୍ଚାୟତ ସମିତି ସଭାଗୃହ ଠାରେ ଜଙ୍ଗଲ ଅଧିକାର ଆଇନ ସେଲର ‘ମୋ ଜଙ୍ଗଲ ଜମି ଯୋଜନା’ ସମ୍ପର୍କରେ ଏକ ବୈଠକ ଅତିରିକ୍ତ ତହସିଲଦାର ଫାଲଗୁନି ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏବିଡ଼ିଓ ରୁଦ୍ରପ୍ରତାପ ସୁନା, ଜିପିଇଓ ସୌଭାଗ୍ୟ ପଧାନ, ଡବ୍ଲୁଇଓ ସୁନିଲ ସାହୁ, ଫରେଷ୍ଟର ଇନ୍ଦ୍ରମଣି ବେହେରା, ବଲାଙ୍ଗିର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ଜଙ୍ଗଲ ଅଧିକାର ସେଲ ଜିଲ୍ଲା ସଂଯୋଜକ ତ୍ରିନାଥ ଭୋଇ, ଆର୍‌ସିଡ଼ିସି ପ୍ରୋଗ୍ରାମ ମ୍ୟାନେଜର କୁଳମଣି ସାହୁ, ବ୍ଲକ ସଂଯୋଜକ ବିମଳେନ୍ଦୁ ସାହୁଙ୍କ ସମେତ ରାଜସ୍ୱ ନିରୀକ୍ଷକ ଅଧିକାରୀଗଣ ଉପସ୍ଥିତ ଥିଲେ । ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଗଲପୁର ବ୍ଲକରେ ବଞ୍ଚିତ ପରିବାରକୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର, ବ୍ୟକ୍ତିଗତ ଅଧିକାର ପ୍ରଦାନ ପାଇଁ ତ୍ୱରାନ୍ୱିତ କରାଯିବା, ଗ୍ରାମସଭା ମାଧ୍ୟମରେ ଜଙ୍ଗଲ ଜମି ଅଧିକାର କମିଟି ଗଠନ କରି କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଆଗଲପୁର ବ୍ଲକର ୮୦ଟି ଗ୍ରାମରେ ଜଙ୍ଗଲ ଅଧିକାର କମିଟି ଗଠନ, ଯୋଗ୍ୟ ବ୍ୟକ୍ତିଙ୍କୁ ଯୋଜନାରେ ସାମିଲ କରାଯିବା ଆଦି ନେଇ ବ୍ୟାପକ ଆଲୋଚନା ହୋଇଥିଲା । ରାଜସ୍ୱ ଓ ଜଙ୍ଗଲ ବିଭାଗ ମଧ୍ୟରେ ଆବଶ୍ୟକ ସମନ୍ଵୟ ରଖି ଯୁଗ୍ମ ତଦନ୍ତ କରାଯିବା ଦିଗରେ ପଦକ୍ଷେପ ନିଆଯିବା ସକାଶେ ବୈଠକରେ ସହମତି ପ୍ରକାଶ ପାଇଥିଲା । ପରିଶେଷରେ ବ୍ଲକ ସଂଯୋଜକ ବିମଳେନ୍ଦୁ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.