ଆୟୁବ ଓ ଅଜିତଙ୍କ ବସିଳା ଗୁପ୍ତ ବୈଠକ

  • କଣ୍ଟାବାଞ୍ଜି ବିଜେଡି ର ଆଗକୁ କିଏ ଧରିବ ମଙ୍ଗ ?

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ଗତ ବିଧାନସଭା ନିର୍ବାଚନ ସମୟରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ସାରା ରାଜ୍ୟରେ ଚଳିତ ବର୍ଷ ନିର୍ବାଚନ ମଣ୍ଡଳି ହୋଇଥିଲା । କଣ୍ଟାବାଞ୍ଜିର ରାଜନୀତି ପାଣିପାଗ ସବୁ ବେଳେ ଭିନ୍ନ ମୋଡ ନେଇଥାଏ । ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳରୁ ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ଯାହାଫଳରେ ଦଳୀୟ ସଂଗଠନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଦଳୀୟ ଗୋଷ୍ଠୀ କନ୍ଦଳରୁ ଏହିଭଳି ପରାସ୍ତ ହେବା ପଡିଲା ବୋଲି ରାଜନୀତିକ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଥିଲେ । ନିର୍ବାଚନ ସରିବା ପରେ ଦଳ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ବିଜେଡି ସଂଗଠନ ଦାଇତ୍ୱ କାହାକୁ ପ୍ରଦାନ କରିନାହିଁ । ଯାହାଫଳ ଦଳୀୟ କାର୍ଯ୍ୟକର୍ତ୍ତା କାହାର ନେତୃତ୍ୱ ରହି କାମ କରିବେ ସେ ନେଇ ଦ୍ୱନ୍ଦ ପଡିଛନ୍ତି । ଏହି ସମୟ ଦୀର୍ଘ ବର୍ଷ ସମ୍ପର୍କ ଛିଡ ଥିବା ନେତା ମାନଙ୍କ ମଧ୍ୟ ସମ୍ପର୍କ ନିବିଡ ହୋଇଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଆୟୁବ ଖାଁନ ଓ ବରିଷ୍ଠ ବିଜେଡି ନେତା ଅଜିତ ଯୋଶୀଙ୍କ କଥା । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିରେ ଅନେକ ଦିନ ଧରି ବିଜେଡି ମଙ୍ଗଧରି ଆସୁଥିବା ପୂର୍ବତନ ବିଧାୟକ ତଥା ବିଜେଡି ପରାମର୍ଶଦାତା ଆୟୁବ ଖାଁନଙ୍କୁ ବାରମ୍ବାର ଦଳୀୟ ମଞ୍ଚରେ ନିଶାଣା କରି ତାଙ୍କ ବିରୋଧ ଅବିଭାଷଣ ଦେଉଥିବା ରାଜ୍ୟ ସମ୍ପାଦକ ତଥା ବରିଷ୍ଠ ବିଜେଡି ନେତା ଅଜିତ ଯୋଶୀ ବିରୋଧ କରୁଥିବା ବେଳେ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଏକ ବୈଠକ ବସି କଣ୍ଟାବାଞ୍ଜି ବିଜେଡିର ଦଳୀୟ ସଂଗଠନକୁ ନେଇ ଆଲୋଚନା କରିଥିବା ଜଣାପଡିଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିରେ ଆୟୁବ ଖାଁନଙ୍କ ହଜାର ହଜାର ସମର୍ଥକ ଥିବା ବେଳେ ଦୃଢ ସଂଗଠନ ରହିଛି ଏବଂ ତାଙ୍କ ସଂଗଠନ ମଙ୍ଗ ତାଙ୍କ ବଡ ପୁଅ ଫିରୋଜ ଖାଁନ ଧରିଥିଲେ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିରେ ଫିରୋଜ ଥିଲେ ଜଣେ ସକ୍ରିୟ ରାଜନେତା କିନ୍ତୁ ଗତ କିଛି ଦିନ ତଳେ ତାଙ୍କ ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତ ପରେ ବର୍ତ୍ତମାନ ଆୟୁବ ଖାଁନଙ୍କ ସଂଗଠନର ମଙ୍ଗ କିଏ ଧରିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଆୟୁବ ଓ ଅଜିତଙ୍କ ବୈଠକର ଫଟୋଚିତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ବ୍ଲକରେ ଅଜିତଙ୍କ ଭଲ ସଂଗଠନ ମଧ୍ୟ ରହିଛି ହଜାର ହଜାର ତାଙ୍କ ଯୁବ ସମର୍ଥକ ରହିଛନ୍ତି । ତେବେ ଆଗାମୀ ଦିନ ଯଦି ଆୟୁବ ଓ ଅଜିତ ଏକାଠି ହେବେ ତେବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିରେ ବିଜୁ ଜନତା ଦଳ ସଂଗଠନ ଆହୁରୀ ସୁଦୃଢ ହେବ ବୋଲି ଚର୍ଚ୍ଚା ହେଲାଣୀ । ତେବେ ୨୦୨୪ ନିର୍ବାଚନ ସରିବା ପରେ ବିଜୁ ଜନତା ଦଳ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିରେ କୌଣସି ଏକ ନେତାକୁ ଦଳର ନେତୃତ୍ୱ କି ସଂଯୋଜକ ଦାଇତ୍ୱ ପ୍ରଦାନ କରିନାହିଁ ଯାହାଫଳ ବିଜେଡି କର୍ମୀଙ୍କ ମଧ୍ୟରେ ବି ଦ୍ୱନ୍ଦ ଉପୁଜୁଛି । ଦଳୀୟ ବେନର୍‌ରେ ପୂର୍ବତନ ବିଧାୟକ ଆୟୁବ ଖାଁନ, ରାଜ୍ୟ ଯୁବ ସମ୍ପାଦକ ଅଜିତ ଯୋଶୀ, ଯୁବ ବିଜେଡି ନେତା ଗିରିରାଜ ସିଂ ମାଝୀ ସଭା ସମିତି କରୁଥିବା ବେଳେ ୨୦୧୯ରେ ବିଜେଡି ଟିକେଟ୍‌ ପାଇ କଣ୍ଟାବାଞ୍ଜିରୁ ପରାସ୍ତ ହେବା ଦୀର୍ଘ ୫ ବର୍ଷ ଧରି ବିଜେଡି ଦଳ ସକ୍ରିୟ ଥିବା ଅଜୟ ଦାସ ୨୦୨୪ ନିର୍ବାଚନ ପରେ ସେ ଆଉଁ ବିଜେଡି ବେନର୍‌ରେ ଆଉଁ ସଭା ସମିତି କରୁନାହାଁନ୍ତି । ସେ ନିଜେ କଣ୍ଟାବାଞ୍ଜି ବିକାଶ ପରିଷଦ ନା ଥିବା ବେନର ତଳେରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ତେବେ ଆଗକୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିରେ ନବୀନ କାହାକୁ ବିଶ୍ୱସ କରି କଣ୍ଟାବାଞ୍ଜି ବିଜେଡି ଦାଇତ୍ୱ ଦେବେ ତାହା ଦେଖିବାକୁ ରହିଲା ।

Leave A Reply

Your email address will not be published.