ଜିଲ୍ଲାସ୍ତରୀୟ ଆପାତକାଳୀନ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଆପାତକାଳୀନ ବୈଠକ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ରିଷିକେଷ ଖିଲାରୀ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା, ପାଟଣାଗଡ ଉପଜିଲ୍ଲାପାଳ ଅମିତ ନାୟକ ଓ ଜିଲ୍ଲା ଆପାତକାଳୀନ କମିଟିର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଆପାତକାଳୀନ ସମୟରେ ସମସ୍ତ ବିଭାଗର ଅଧିକାରୀମାନେ ସମନ୍ୱୟ ରକ୍ଷା କରି ଏହାର ମୁକାବିଲା କିପରି ସୁଚାରୁ ରୂପେ ସମ୍ପାଦନା କରିବେ ଏହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲାରେ ଅବସ୍ଥିତ ଥିବା ସମସ୍ତ ଶିଳ୍ପ ଅନୁଷ୍ଠାନ ଗୁଡ଼ିକର କଳକାରଖାନା ନିୟମ ଅନୁଯାୟୀ ଠିକ୍‌ ସମୟରେ ମକଡ୍ରିଲ୍‌ କରିବା ଏବଂ ଯେ, କୌଣସି ସମ୍ଭାବ୍ୟ ବିପଦକୁ ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ବଡମାଳ ଗୋଳାବାରୁଦ କାରଖାନା ଓ ଭାରତ ପେଟ୍ରୋଲିୟମ୍‌ ଗ୍ୟାସ୍‌ ଲିମିଟେଡ୍‌ର ଅଧିକାରୀମାନେ ଯୋଗଦାନ କରି ତାଙ୍କର କାର୍ଯ୍ୟପନ୍ଥା ବିଷୟରେ ଉପସ୍ଥାପନା କରିଥିଲେ । ଏହି ବୈଠକକୁ ସହକାରୀ ନିର୍ଦ୍ଧେଶକ(କାରଖାନା ଓ ବାଷ୍ପୀତ୍ର) ସ୍ଵାଧୀନ କୁମାର ବେହେରା ପରିଚାଳନା କରିଥିଲେ । ବୈଠକରେ ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ ଗୁରୁ, ଆପାତକାଳୀନ ଅଧିକାରୀ ସସ୍ମିତା ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.