୧୯ ନମ୍ବର ଥାନାରେ ଶାନ୍ତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୧୬ ତାରିଖ ଦିନ ପ୍ରଫେଟ୍‌ ମହମ୍ମଦଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଏକ ଶାନ୍ତି ବୈଠକ ସେକ୍ଟର- ୧୯ ଥାନାରେ ଥାନାଧିକାରୀ ସାଇପ୍ରଭା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାପୁରୁଷଙ୍କ ଜୟନ୍ତୀ ପାଳନ ବେଳେ କୌଣସି ଅସ୍ତ୍ରଶସ୍ତ୍ର, କଟୁ ଶବ୍ଦ ବା ଉତ୍କଟ ଭାବେ ଶବ୍ଦ ପ୍ରଦୂଷଣକାରୀ ବାଦ୍ୟ ଓ ବାଣ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ଉତ୍ସବକୁ ସମସ୍ତେ ଶାନ୍ତି ଶୃଙ୍ଖଳା, ଭାଇଚାରା ଓ ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ ମଧ୍ୟରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ପ୍ରାକ୍ତନ ପୁଲିସ ଅଧିକାରୀ ଡ. ସୁମନ ଦତ୍ତ,ଏମ୍‌ଡି ଫକ୍, ରହମତ ଖାନ୍, ଗଣେଶ ଜୟସିଂହ, ଏମଡି ଭୋଲା, ନିହାର ରଞ୍ଜନ ଦାସ, ସନ୍ତୋଷ କୁମାର ସ୍ୱାଇଁ, ମୋଗ କାନଛା ପ୍ରମୁଖ ଉପସ୍ଥିତ ରହି ମତ ବିନିମୟ କରିଥିଲେ । ଶେଷରେ ଶ୍ରୀମତୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.