
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତ କଲ୍ୟାଣମଣ୍ଡପ ପରିସରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାନ୍ରେତୀ ବାସନ୍ତୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା ଅଧ୍ୟକ୍ଷତା କରିଥିବା ବେଳେ ବାସନ୍ତି ସାହୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକାରିଣୀ ବୈଠକର ମୁଖ୍ୟ ଲକ୍ଷ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା କିପରି ପ୍ରତି ପରିବାର ପାଖରେ ପହଞ୍ଚିବ । ଗ୍ରାମ ମାନଙ୍କରେ ଗଡି ଉଠିଥିବା ମହିଳା ଗୋଷ୍ଠୀ ମାନଙ୍କୁ ସ୍ୱାବଲମ୍ଭୀ କରିବା ସହିତ ବିଜେଡି ଦଳକୁ ତଳସ୍ତରରେ ମଜବୁତ କରିବା ଆଜିର ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ରହିଥିଲା । ଉକ୍ତ ବୈଠକରେ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ଧରଣୀଧର ସାହୁ, ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ସ୍ଥାନୀୟ ସରପଞ୍ଚ କାଳନ୍ଦୀ ଜେନା, ପିପିଲି, ଡେଲାଙ୍ଗ ବିଜେଡି ମହିଳା ପର୍ଯ୍ୟବେକ୍ଷକ ସନ୍ଧ୍ୟାରାଣୀ ବିଶ୍ୱାଳ, ପୂର୍ବତନ ବ୍ଳକ ଅଧ୍ୟକ୍ଷା ଦମୟନ୍ତୀ ନିଶଙ୍କ, ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି, ଦେବାଶିଷ ନନ୍ଦ, ଷ୍ପୁଷ୍ପଞ୍ଜଳି ସାସମଲ, ନବକିଶୋର ପ୍ରଧାନ, ପିପିଲି ବ୍ଳକ ବିଜେଡି ମହିଳା ସଭାନେତ୍ରୀ ଜ୍ୟୋସ୍ନା ରାଣୀ ପୁଷ୍ଟିଙ୍କ ସହିତ ଡେଲାଙ୍ଗ ବ୍ଳକର ୨୧ଟି ପଞ୍ଚାୟତର ବିଜେଡି ମହିଳା ସଭାନେତ୍ରୀ ସମେତ ଆଗ ଧାଡିର ଶତାଧିକ ମହିଳା କର୍ମୀ ଯୋଗ ଦେଇଥିଲେ ।