ଦେଓଗାଁ ବ୍ଲକରେ ସୁଭଦ୍ରା ଯୋଜନାକୁ ନେଇ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୩ଟା ସମୟରେ ଦେଓଗାଁ ବ୍ଲକ ସଭା କକ୍ଷରେ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇଙ୍କ ଅଧ୍ୟକ୍ଷତାରେ ଠିକ ଭାବେ ଠିକ ସମୟରେ ପଞ୍ଜିକରଣ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ ଥିବା ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରଗୁଡ଼ିକର ଅଧିକାରୀମାନେ ଏହି ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ହିତାଧିକାରୀମାନଙ୍କର କିଭଳି ଭାବେ ସଠିକ ଭାବେ ଓ ଶାନ୍ତି ଶୃଙ୍ଖଳା ସହ ଏହି ଯୋଜନାରେ ପଞ୍ଜିକରଣ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା । ଏହି ସଭାରେ ବିଡ଼ିଓ ଶ୍ରୀ ଭୋଇଙ୍କ ସହ ଏବିଡ଼ିଓ ପୁଷ୍ପାଞ୍ଜଳି ନାଏକ, ଦେଓଗାଁ ବ୍ଲକ ସମନ୍ୱିତ ମହିଳା ଓ ଶିଶୁ ବିକାଶ ଅଧିକାରୀ ମିନତୀ ମିଶ୍ର, ସିଏସସି ଜିଲ୍ଲା ମୁଖ୍ୟ ଆଶିଷ ହୋତା, ଓଏଲଏମ ପ୍ରଦିପ ଛତ୍ରିଆ ପ୍ରମୁଖ ଯୋଗଦେଇ ସୁଭଦ୍ରା ଯୋଜନାରେ କିଭଳି ପଞ୍ଜିକରଣ ସଠିକ ଭାବେ ହୋଇପାରିବ ସେ ନେଇ ପରାମର୍ଶ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ରାଜ୍ୟସାରା ସବୁଆଡେ ଏବେ ଚର୍ଚ୍ଚାରେ ରହିଛି ସରକାରଙ୍କ ନୂଆ କରି ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା । ଏହି ଯୋଜନାରେ କିଏ ଉପକୃତ ହେବେ, କାହା ନିକଟରୁ ପଞ୍ଜିକରଣର ପତ୍ର ସଂଗ୍ରହ କରି କେଉଁଠାରେ ଅନଲାଇନ୍ ଯୋଗେ ଆବେଦନ କରିବେ ତାକୁ ନେଇ ସବୁଆଡେ ସରଗରମ । ସୁଭଦ୍ରା ଯୋଜନା ପାଇଁ ପ୍ରସ୍ତୁତି ଏବେ ଜୋରଦାର ଲାଗିରହିଛି । ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀଙ୍କ ନିକଟରୁ ପଞ୍ଜିକରଣ ପତ୍ର ନେଇ ତାକୁ ପୂରଣ କରି ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ଅନଲାଇନ ଯୋଗେ ଆବେଦନ କରିପାରିବେ । ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ସଭା ଯୋଗେ ପ୍ରଶିକ୍ଷଣ ଦିଆଯାଉଛି ।

Leave A Reply

Your email address will not be published.