oom

ଖଣ୍ଡାୟତ କ୍ଷତ୍ରିୟ ମହାସଭାର ରାଜ୍ୟ ସମ୍ମିଳନୀ ପାଇଁ ବୈଠକ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଖଣ୍ଡାୟତ କ୍ଷତ୍ରିୟ ମହାସଭାର ଆଗାମୀ ରାଜ୍ୟ ସମ୍ମିଳନୀ ରାଉରକେଲା ଠାରେ ଅନୁଷ୍ଠିତ ହେଉଥିବାରୁ ଖଣ୍ଡାୟତ କ୍ଷତ୍ରିୟ ଭାଇମାନଙ୍କର ଏକ ସ୍ୱତନ୍ତ୍ର କାର୍ଯ୍ୟକାରିଣୀ ବୈଠକ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାସଭାର ଉପସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ କାର୍ଯ୍ୟକ୍ରମକୁ ନେଇ ଦାୟିତ୍ଵ ବଣ୍ଟନ ସହ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ୩୦ଟି ଜିଲ୍ଲାରୁ ଆସୁଥିବା ପ୍ରତିନିଧି ଓ ଅତିଥିମାନଙ୍କୁ ଥଇଥାନ ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଖସଡା ପ୍ରସ୍ତୁତି କରାଯାଇଥିଲା । ସୂଚନାଯୋଗ୍ୟ ଯେ ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ଦିନ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ରାଜ୍ୟ ସମ୍ମିଳନୀ ଭଞ୍ଜଭଵନଠାରେ ଅନୁଷ୍ଠିତ ହେବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରତ୍ନାକର ବଳ, ନାରାୟଣ ଚନ୍ଦ୍ର ସାମଲ, ଜଟାଧାରୀ ମାଝୀ, ଅବନୀ କୁମାର ବରାଳ, ରବିନାରାୟଣ ପରିଡ଼ା, ନୀଳମଣି ଜେନା, ଜଗନ୍ନାଥ ରାଉତ, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ପ୍ରଭାତୀ ଧଳ, ଜ୍ୟୋସ୍ନାରାଣୀ ଥାଟେଇ, ବିଭୁତି ଭୁଷଣ ବିଶ୍ୱାଳ, ସୁବ୍ରତ ମଲ୍ଲିକ, ରାଜେନ୍ଦ୍ର ନାୟକ, ହରିହର ଥାଟେଇ, ସୁଦର୍ଶନ ସାମଲ, ନାରାୟଣ ମହାଳିକ, ମନୋଜ କୁମାର ନାୟକ, ଅକ୍ଷୟ କୁମାର ଜେନା, ସଞ୍ଜୟ କୁମାର ମହାନ୍ତି, ଉଗ୍ରସେନ ବିଶ୍ୱାଳ, କିଶୋର କୁମାର ନାୟକ, ରଞ୍ଜନ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.