ସପ୍ତର୍ଷି ଶ୍ରୀ ମଠ ଖପ୍ରାଡୁଙ୍ଗରିର ବଚାଂଅ ଅଭିଯାନ ନେଇ ବୈଠକ

  • ଆଗରେ ସମସ୍ୟାକୁ ନେଇ ହେବ ଜୋରଦାର ଆନ୍ଦୋଳନର ଚେତାବନୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଧୁମାଭଟା ଅଚଂଳରେ ଥିବା ସପ୍ତର୍ଷି ମଠ ଖପ୍ରାଡୁଙ୍ଗରିର ବିଭିନ୍ନ ସମସ୍ୟାକୁ ନେଇ ମଙ୍ଗଲବାର ମଠ ପରିସରରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଠର ବାବା ପ୍ରଣବାନ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ଖପ୍ରାଡୁଙ୍ଗରିର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଏହାର ଉନ୍ନତି ପାଇଁ ପଦକ୍ଷେପ ମାନ ଗ୍ରହଣ କରାଯାଇଥିଲା । ଏହା ସହ କିଛି ଖଳ ପ୍ରକୃତିର ବ୍ୟକ୍ତି ଖପ୍ରାଡୁଙ୍ଗରିକୁ ମୂଳ ପତ୍ତନ କରିବା ଉଦ୍ଦେଶ୍ୟରେ ଚକ୍ରାନ୍ତ କରୁଥିବାରୁ ଏହାକୁ ତିବ୍ର ବିରୋଧ କରିବା ସହ ଆଗାମୀ ଦିନରେ ଜନ ଆନ୍ଦୋଲନ କାରିବାକୁ ସ୍ଥାନୀୟ ଲୋକେ ନିଷ୍ପତ୍ତି ନେଇଥିଲେ । ଉକ୍ତ ବୈଠକରେ ଅଚ୍ୟୁତ ସିପୁନ ଖମାରି, ବନମାଲି ନାଏକ, ଲଲିତ ରାଉତ, ଦେବାନନ୍ଦ ବୁଡେକ, ପ୍ରମୋଦ ବୁଡେକ, କୃଷ୍ଣଚନ୍ଦ୍ର ରାଉତ, ଯୁବରାଜ ନାଗ, ଲଲିତ ବୁଡେକ, ଡମ୍ବରୁ ବୁଡେକ, ଧୁବଲେଶ୍ୱର ଦେଓ, ରାମ ପଧାନ, ସଂପଦ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.