ରାଉରକେଲା, (ସସ୍ମିତା ପ୍ରଧାନ) : ବସ୍ତି ବାସିନ୍ଦାଙ୍କ ମଧ୍ୟରେ ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ରୂପରେଖ ସମ୍ପର୍କରେ ଜଣାଇବା ବହୁ କାର୍ଯ୍ୟକ୍ରମ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଶା ନବୀନ ଓଡ଼ିଶା ସହରୀ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପାଇଁ ଶକ୍ତି ନଗରର ଗୀର୍ଜାଟୋଲି ପରିଚୟ ଗୃହଠାରେ ବନିତା ଜେନାଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଉରକେଲା ମହାନଗର ନିଗମର ସିଇଓ ପ୍ରଜ୍ଞା ସାହୁ, ସୀମା ମିଞ୍ଜ ଓ ଅନ୍ୟମାନଙ୍କ ମଧ୍ୟରେ ଗଣେଶ ଜୟସିଂହ, ଅଜୟ ମାନସିଂହ, ବିରାଜିନୀ ନାୟକ, ଅନୀତା ଦତ୍ତ, ସୁରେନ୍ଦ୍ର ଗୌଡ, ମୀନା ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହି ଆସନ୍ତା ୯ ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବୈଠକରେ ଆଲୋଚନା କରିଥିଲେ । ଏଥିପାଇଁ ଆସନ୍ତା ୪ ତାରିଖ ଦିନ ବସ୍ତି ଅଞ୍ଚଳର ପିଲାମାନଙ୍କ ପାଇଁ ନୃତ୍ୟ, ସଂଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବା ପାଇଁ ସ୍ଥିର କରାଗଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଅତିଥି ଭାବେ ଯୋଗଦେବେ ବୋଲି ଜଣାପଡିଛି । ବୈଠକ ଶେଷରେ ଅନିତା ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।